www.samajalive.in
Saturday, December 6, 2025
23.1 C
Bhubaneswar

ରଜ ସଜବାଜରେ ଶୁଭିଲା ବୁଲାବିକାଳିର ଡାକ

ସାରନଗରୀ : ଗତବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ସମୟରେ ଆଜି ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ କଲୋନୀ, ବସ୍ତିରେ ରଜ ସଜବାଜ ପାଳିତ ହୋଇଯାଇଛି । ଆଜି ଗୋଟିଏ ପଟେ ରବିବାର ସପ୍ତାହନ୍ତ ବନ୍ଦ ଯୋଗୁ ଦୋକାନ, ବଜାର ବନ୍ଦଥିବା ବେଳେ ସକାଳ ସାଢେ ସାତଟାରୁ ପ୍ରାୟ ୧ ଘଂଟା ଧରି ଅବିଶ୍ରାନ୍ତ ମୌସୁମୀ ବର୍ଷା ଲୋକଙ୍କୁ ଅଥୟ କରି ପକାଇଥିଲା । ସାରନଗରୀର ରାଜରାସ୍ତା ସକାଳୁ ସମୂର୍ଣ୍ଣ ଭାବେ ଜନଶୂନ୍ୟ ଥିବା ଲକ୍ଷ୍ୟ କରାଯାଇଥିଲା ।
ଅପରପକ୍ଷରେ ରଜ ସଜବାଜ ପାଳନ କରିବା ପାଇଁ ସାରନଗରୀର ବିଭିନ୍ନ କଲୋନୀ, ବସ୍ତି ତଥା ଦକ୍ଷିଣ ରାଉରକେଲା ନିକଟବର୍ତୀ ବିଭିନ୍ନ ଗ୍ରାମାଂଚଳରେ ବାସ କରୁଥିବା କୁଆଁରୀ କନ୍ୟା ମାନେ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳିଥିଲା । ସେମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ପାଦରେ ଅଳତା, ମେହେନ୍ଦୀ ଲଗାଇ ନିଜକୁ ସୁସଜ୍ଜିତ କରିଥିଲେ ।
କୋଭିଡ଼ କଟକଣା ଯୋଗୁ ନିଜ ସଙ୍ଗିନୀ ମାନଙ୍କୁ ମୋବାଇଲ ମାଧ୍ୟମରେ ରଜର ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ । ଆଜି ସମସ୍ତ ଦୋକାନ ବଜାର ବନ୍ଦ ଥିବା ଯୋଗୁ ଫେରିବାଲା(ବୁଲା ବିକାଳି)ର ଡାକ ଦକ୍ଷିଣ ରାଉରକେଲାର ସମସ୍ତ ଗଳିକନ୍ଦିରେ ଶୁଭିଥିଲା । ବିଶେଷ କରି ଫେରିବାଲା ମାନେ ଅଳତା, ସିନ୍ଦୁର, ମେହେନ୍ଦୀ, ବ୍ରେସଲେଟ. ଚୁଡ଼ି, ଆଦି ରଜସଜବାଜରେ ବିକ୍ରି କରିଥିଲେ । ସେହିପରି ଛୋଟ ପିଲା ମାନଙ୍କ ଡ୍ରେସ, ଷ୍ଟେସନାରୀ ସାମଗ୍ରୀ, ଦହିବରା, ଗୁପଚୁପ ବିକ୍ରି କରୁଥିବା ବୁଲା ବିକାଳି ମାନେ ସାରନଗରୀର ବିିଭିନ୍ନ କଲୋନୀ ଓ ବସ୍ତିରେ ବୁଲି ବେପାର ଜାରି ରଖିବା ଆଜି ରଜ ସଜବାଜରେ ଦେଖିବାକୁ ମିଳିଥିଲା । କରୋନାର ଦ୍ୱିତୀୟ ଲହର ବର୍ତମାନ ଜାରି ରହିବା କାରଣରୁ ଅଧିକାଂଶ ଲୋକ ଘରୁ ନବାହାରି ଘରେ ରହି ବନ୍ଧୁ ପରିଜନ ମାନଙ୍କ ସହ ରଜ ସଜବାଜ ପାଳନ କରିଥିବା ଖବର ମିଳିଛି ।
ସେହିପରି ଦକ୍ଷିଣ ରାଉରକେଲା ନିକଟବର୍ତୀ ବିଭିନ୍ନ ଗ୍ରାମ ଯେପରି ଡଲାକୁଦର, ସୁଇଡ଼ିହି, ଟିମଯୋର, ଜଲଦା, ରାମଯୋଡ଼ି, ମୁଣ୍ଡାଯୋର, ମନକୋରେ ବସବାସ କରୁଥିବା ବାସିନ୍ଦା ମାନେ ନିଜକୁ ରଜ ସଜବାଜରେ ସାମିଲ କରିଥିଲେ । ଚଳିତ ବର୍ଷ କରୋନା ଯୋଗୁ ରଜର ଏହି ସଜବାଜ ଏକ ପ୍ରକାର ଫିକା ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories