www.samajalive.in
Friday, December 12, 2025
14.1 C
Bhubaneswar

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହେଲେ ଶତାଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର: ୨୦୧୯ ଆଜିର ଦିନରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆର୍ପିଏଫ୍ ଯବାନଙ୍କ ବସ୍ ଉପରକୁ ଆକ୍ରମଣ ଆଉ ଏଥିରେ ଭାରତ ମାଆର ୪୦ ସନ୍ତାନଙ୍କ ଶହୀଦ ଖବର ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ଆଜି ସେହି ଲୋକହର୍ଷଣକାରୀ ଘଟଣାକୁ ଏକ ବର୍ଷ ପୂର୍ତ୍ତୀ ହୋଇଛି। ଭାରତ ମାଆର ୪୦ ଜଣ ବୀର ସନ୍ତାନଙ୍କ ଶହୀଦ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସହୀଦଙ୍କୁ ଝୁରୁଛି ମାତୃଭୂମି। ତେବେ ଶହୀଦଙ୍କୁ ମନେ ପକାଇବା ସହ ସେମାନଙ୍କର ବିରତ୍ବ ଏକ ଦେଶ ପ୍ରେମକୁ ମନେ ପକାଇ ସାରା ଦେଶରେ  ଅନେକ କାର୍ୟ୍ୟକ୍ରମ ପାଳନ କରାଯାଉଛି । ଆଜି ପ୍ରେମ ଦିବସରେ ହୋଇଥିଲେ ମଧ୍ୟ ଦେଶର ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ଯୁବପିଢୀମାନେ ଆଗେଇ ଆସିଛନ୍ତି।

ଏହି କ୍ରମରେ ଆଜି ଭୁବନେଶ୍ବରର ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନେ ଭାରତ ମାଆର ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗତବର୍ଷ ଆଜିର ଦିନରେ ପୁଲୁଆମା ଦୁର୍ଘଟଣାରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ଏକ ଶୋଭାଯାତ୍ରା ସହିତ ଏକ ସାମୁହିକ ସଭା  କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ପ୍ରାୟ ୪୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ କଲେଜ ଅଧକ୍ଷ ଶ୍ରୀ ପ୍ରଶାନ୍ତ ରାଉତ ଉପସ୍ଥିତ ରହି  ପୁଲୱାମା ଶହୀଦ ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଦେଶ ପ୍ରେମ ଏବଂ ବୀରତ୍ବର ମହତ୍ୱ ଉପରେ ସାମୁହିକ ଶପଥ ପାଠ କରାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories