କଳାପଥର(ବାଙ୍କୀ): ଧଳାପଥର ଗ୍ରାମର ଆରାଧ୍ୟ ଦେବ ରାଧାବଲଭ ଆମ୍ରକାନନରେ ଚଳିତ ବର୍ଷ ରଜ ମହୋତ୍ସବ ଧୁମ ଧାମରେ ଶନିବାର ରାତ୍ରିରେ ବେଗୁନିଆ -ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଓଡିଶାର କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ଧଳାପଥର ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ଗ୍ରାମବାସୀ ମିଳିତ ହୋଇ ରଜ ଉତ୍ସବ ପାଳନ କରୁଛନ୍ତି।
ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ରଜ କମିଟି ସମ୍ପାଦକ ରମେଶ ରଞ୍ଜନ ସାହୁ ସ୍ଵାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ। ରଜ କମିଟି ସଭାପତି ବିଜୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଡ଼କ୍ଟର ପ୍ରିୟବ୍ରତ ଧୀର, ସମ୍ମାନିତ ଅତିଥି ଭାବେ ମିଡ଼ିଆ ସଂଯୋଜକ ପ୍ରଣୟ ଜେଠି, ଫିଲ୍ମ ଅଭିନେତ୍ରୀ ହିରଣମୟୀ ଦାସ, ଲିପ୍ସା ମହାରଣା, ଧଳାପଥର ସରପଞ୍ଚ ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ସୁରଜ ପ୍ରସାଦ ସୁବୁଦ୍ଧି, ଗ୍ରାମର ସମାଜସେବୀ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅଂଚଳର ବିଭିନ୍ନ କଳାକାର, କାରିଗର, ମେଧାବୀ ଛାତ୍ରଛାତ୍ରୀ ସମେତ ଶ୍ମଶାନ ବନ୍ଧୁ ମନୋଜ କୁମାର ସାହୁ, ଦୁଃଶାସନ ସେଠୀ, ଗ୍ରାମର ବୟୋଜ୍ୟେଷ୍ଠ ନାଗରିକ, ସାମ୍ବାଦିକ ମାନସ ରଞ୍ଜନ ସାହୁ, ଗଙ୍ଗାଧର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।



