www.samajalive.in
Saturday, December 6, 2025
19.1 C
Bhubaneswar

ହସଖୁସିର ବାତାବରଣ ସହ ବର୍ଷକ ପରେ ଆସୁଛି ରଜ

ଭିନ୍ନ ଭିନ୍ନ ଫୁଲକୁ ବ୍ୟବହାର କରି ମାଳଟିଏ ପ୍ରସ୍ତୁତ କଲେ ମାଳାଟି ସୁନ୍ଦର ଦେଖାଯାଏ। ଠିକ ସେହିଭଳି ବିଭିନ୍ନ ପର୍ବପର୍ବାଣୀ ଆମ ମାନଙ୍କୁ ଆନନ୍ଦ ଉଲ୍ଲାସ ପ୍ରଦାନ କରିବା ସହ ହସଖୁସିର ବାତାବରଣ ସୃଷ୍ଟି କରିଥାଏ। ଓଡ଼ିଆ ଘରେ ଏକ ଲୋକକଥା ରହିଛି ବାର ମାସରେ ତେର ପର୍ବ। ପ୍ରତ୍ୟେକ ପର୍ବପର୍ବାଣୀ ମାନଙ୍କର କିଛି ସ୍ୱତନ୍ତ୍ରତା ରହିଛି। ସ୍ୱତନ୍ତ୍ରତା କାରଣରୁ ହିଁ ଏହାର ମହତ୍ତ୍ୱ ଦୁଇଗୁଣିତ ହୋଇଯାଏ। ରଜକୁ ଆଉ ଅଳ୍ପ ଦିନ ବାକି । ଓଡ଼ିଆ ଘରର ବିଭିନ୍ନ ପର୍ବ ମଧ୍ୟରୁ ଏହା ମୁଖ୍ୟ ପର୍ବ । ପ୍ରତ୍ୟେକ ବର୍ଷ ଜୁନ ମାସ ୧୪, ୧୫ ଓ ୧୬ ଏହି ତିନି ଦିନକୁ ରଜ ପାଳନ କରାଯିବା ସହ ୪ର୍ଥ ଦିନଟିକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ। ରଜର ମଧ୍ୟମ ଦିନଟିକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହଯାଏ। ରଜ ମୁଖ୍ୟତଃ କୁଆଁରୀ କନ୍ୟାମାନଙ୍କ ପର୍ବ ଭାବେ ପରିଚିତ। ରଜ ଚାରି ଦିନ କୁଆଁରୀ କନ୍ୟାମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିଥାଆନ୍ତି। ସ୍ନାନ ପରେ ନୂତନ ପୋଷାକ ପରିଧାନ କରି ବିଭିନ୍ନ ସାଜ୍ଜସଜ୍ଜାର ଦ୍ରବ୍ୟ ବ୍ୟବହାର କରି ନିଜକୁ ସଜାଇ ଥାଆନ୍ତି। ଘରେ ଘରେ ପିଠାପଣାର ଆୟୋଜନ କରାଯାଏ। ପ୍ରତ୍ୟେକ କୁଆଁରୀ କନ୍ୟାମାନେ ନିଜ ବନ୍ଧୁ ମାନଙ୍କ ଘରକୁ ଭ୍ରମଣ ପାଇଁ ଯାଆନ୍ତି ପିଠାପଣା ମିଠା ସ୍ୱାଦିଷ୍ଟ ଖାଦ୍ୟ ଖାଇ ଆନନ୍ଦ ଉଲ୍ଲାସରେ ଉପଭୋଗ କରିଥାଆନ୍ତି। ଏହାଛଡ଼ା ଅନ୍ୟମାନେ ମଧ୍ୟ ବିଭିନ୍ନ ପ୍ରକାର କ୍ରୀଡ଼ା ଖେଳି ସ୍ୱାଦିଷ୍ଟ ପିଠାପଣା ଖାଇ ଏହାକୁ ପାଳନ କରିଥାଆନ୍ତି। ରଜର ଏକ ମୁଖ୍ୟ ଆକର୍ଷଣ ହେଉଛି ଦୋଳି। ବିଭିନ୍ନ ସ୍ଥାନରେ ଦୋଳିରେ ଝିଅମାନେ ଦୋଳି ଖେଳି ରଜ ଗୀତ ଗାଇଥାଆନ୍ତି। ଗାଁ ମାନଙ୍କରେ ସବୁଜ ଶ୍ୟାମଳା ବାତବରଣ ମଧ୍ୟରେ ଦୋଳିରେ ବସି ରଜ ଗୀତ ଝିଅ ମାନେ ବୋଲି ଥାଆନ୍ତି। ରଜ ଦୋଳି ସହ ମିଠା ପାନ ଖାଇବା ମଧ୍ୟ ରଜର ଏକ ପରମ୍ପରା। ହସଖୁସିର ବାତାବରଣ ମଧ୍ୟରେ ସଭିଏଁ ରଜର ମଜା ନେଇ ଏହାକୁ ଆନନ୍ଦଉଲ୍ଲାସରେ ପାଳନ କରିଥାଆନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories