www.samajalive.in
Saturday, December 6, 2025
23.1 C
Bhubaneswar

ରାଜ କୁନ୍ଦ୍ରାଙ୍କୁ ମୁମ୍ବଇ ପୁଲିସର ସମନ

ମୁମ୍ବଇ: ୬୦ କୋଟି ଟଙ୍କାର ଏକ ଠକେଇ ମାମଲାରେ ମୁମ୍ବଇ ପୁଲିସ ପକ୍ଷରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ୧୫ରେ ମୁମ୍ବଇ ପୁଲିସ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ ଏନସିଏଲଟି (ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ) ଅଡିଟରଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରାଯାଇଛି। ସୂଚନାଯୋଗ୍ୟ ରାଜ କୁନ୍ଦ୍ରାଙ୍କର ‘ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡ’ ନାମରେ ଏକ କମ୍ପାନୀ ରହିଛି। ୨୦୧୫ରେ ଦୀପକ କୋଠାରୀ ନାମକ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ସହ କୁନ୍ଦ୍ରାଙ୍କର ପରିଚୟ ହୋଇଥିଲା। ଦୀପକ ହେଉଛନ୍ତି ‘ଲୋଟସ କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ’ର ମାଲିକ। ବେଷ୍ଟ ଡିଲ୍‌ ଟିଭି କମ୍ପାନୀରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ପ୍ରଦାନ କରାଯିବ ବୋଲି କୁନ୍ଦ୍ରା ସେତେବେଳେ ଦୀପକଙ୍କୁ ପ୍ରବର୍ତ୍ତାଇଥିଲେ। ତଦନୁଯାୟୀ ଦୀପକ ଦୁଇଟି ଦଫାରେ ଯଥାକ୍ରମେ ୩୧.୯୫ ଏବଂ ୨୮.୫୩ କୋଟି ଟଙ୍କା କୁନ୍ଦ୍ରାଙ୍କ କମ୍ପାନୀରେ  ବିନିଯୋଗ କରିଥିଲେ। ୨୦୧୬ରେ ବେଷ୍ଟ ଡିଲ୍‌ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବାବେଳେ ଶିଳ୍ପା ଏହି କମ୍ପାନୀର ନିର୍ଦେଶିକା ପଦରୁ ଇସ୍ତଫା ଦେଇଥିଲେ। ମୂଳଧନ ଫେରିପାଇବାକୁ ଦୀପକ ଏକାଧିକ ଥର ଉଦ୍ୟମ କରି ବିଫଳ ହେବାପରେ ଥାନାରେ ଏତଲା ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବଇ ପୁଲିସ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories