www.samajalive.in
Saturday, December 6, 2025
15.1 C
Bhubaneswar

ଫଳ ବିକାଳୀ କହିଲେ ଅନର୍ଗଳ ଇଂରାଜୀ ; ଭିଡ଼ିଓ ଭାଇରାଲ

ଇନ୍ଦୋର : ବହୁ ସମୟରେ ଆପଣଙ୍କ ସମ୍ମୁଖକୁ ଏଭଳି କିଛି ଘଟଣା ଆସିଥାଏ କିମ୍ବା ଶୁଣିବାକୁ ମିଳିଥାଏ। ତାହା ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗେ, ଅନୁଭବ ମଧ୍ୟ ହୁଏ, ବାସ୍ତବିକ ସେହି ଘଟଣା ସଭିଁଙ୍କ ପାଇଁ ପ୍ରେରଣା ଦେଇଥାଏ। ଏଭଳି ଏକ ଘଟଣା ଇନ୍ଦୋରରେ ଦେଖିବାକୁ ମିଳିଛି। ଲୋକେ ଅତି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ କୌଣସି କାର୍ଯ୍ୟକୁ ଛୋଟ ନଭାବି ତାହାର ସମ୍ମାନ କରୁଛନ୍ତି। ବର୍ତମାନ କରୋନା ମହାମାରୀ ସମୟରେ ନିଜ ପରିବାର ପ୍ରତିପୋଷଣ ପାଇଁ କିଏ ଫଳ ବିକୁଛି ତ କିଏ ପରିବା। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମହିଳା ଫଳ ବିକ୍ରେତା ଅର୍ନଗଳ ଇଂରାଜୀ କହୁଥିବା ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେହି ମହିଳା ଜଣଙ୍କ ହେଲେ ରଇସା ଅନସାରୀ। ସେ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ସ୍କଲାର୍। ରଇସା ପଦାର୍ଥ ବିଜ୍ଞାନରେ ପିଏଚଡ଼ି କରିଛନ୍ତି। ମହିଳାଙ୍କ ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି।ଘଟଣା କ୍ରମେ….
ରଇସା ଇନ୍ଦୋରର ମାଲବା ମିଲ ଅଂଚଳରେ ରାସ୍ତାକଡ଼ରେ ଠେଲାଗାଡ଼ିରେ ଫଳ ବିକୁଥିଲେ। ୨ଦିନ ତଳେ ରଇସା ଫଳ ବିକୁଥିବା ସମୟରେ ସେଠାରେ ଠେଲା ହଟାଇବାକୁ ଯେତେବେଳେ ନଗର ନିଗମ ଅଧିକାରୀ ପହଂଚିଥିଲେ। ସେ ଅଧିକାରୀଙ୍କୁ ଇଂରାଜୀରେ କହିଥିଲେ। ଓ ବହୁ ପ୍ରଶ୍ନ ମଧ୍ୟ ପଚାରିଥିଲେ। ତାଙ୍କ ନିକଟରୁ ଏଭଳି ଇଂରାଜୀ ଶୁଣି ଆଖପାଖର ଲୋକେ ମଧ୍ୟ ଚକିତ ହୋଇଥିଲେ। ଏହାପରେ ତାଙ୍କ ବିଷୟରେ ଜଣାପଡ଼ିଥିଲା ଯେ ସେ ପିଏଚଡ଼ି କରିଛନ୍ତି। ନିଜ ପରିବାରରେ ୨୦ ଜଣ ରହିଥିବା ବେଳେ ତାଙ୍କର ପ୍ରତିପୋଷଣ ପାଇଁ ସେ ଫଳ ବିକୁଛନ୍ତି। ତାଙ୍କ ପିତା ଓ ଜେଜେବାପା ମଧ୍ୟ ଫଳ ଓ ପନିପରିବା ବିକ୍ରିକରୁଥିଲେ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories