www.samajalive.in
Thursday, December 11, 2025
16.1 C
Bhubaneswar

ସମ୍ପର୍କୀୟଙ୍କ ହତ୍ୟାକାରୀଙ୍କୁ ଗିରଫ ପାଇଁ ରୈନାଙ୍କ ଦାବି

ନୂଆଦିଲ୍ଲୀ: ଆଇପିଏଲ୍‍ ଇତିହାସରେ ଅନ୍ୟତମ ସଫଳ ବ୍ୟାଟ୍‍ସମ୍ୟାନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ସୁରେଶ ରୈନା ଆଇପିଏଲ୍‍ ଛାଡ଼ି ସ୍ୱଦେଶ ଫେରିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ସିଏସ୍‍କେର ମାଲିକ ଏନ୍‍. ଶ୍ରୀନିବାସନ୍‍ ପ୍ରଥମେ ଏଥିପାଇଁ ରୈନାଙ୍କୁ ସମାଲୋଚନା କରିବା ପରେ ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି। ରୈନା ଆଇପିଏଲ୍‍ ଛାଡ଼ି ସ୍ୱଦେଶ ଫେରିବାର କାରଣ କ’ଣ; ତାହା କେହି ମଧ୍ୟ ଜାଣନ୍ତି ନାହିଁ। କଳ୍ପନାଜଳ୍ପନା ଚାଲିଛି ଯେ ସିଏସ୍‍କେର ୨ ଖେଳାଳିଙ୍କ ସହ ୧୩ ଜଣଙ୍କୁ କରୋନା ହେବା ପରେ ଭୟରେ ରୈନା ୟୁଏଇ ଛାଡ଼ି ଭାରତ ଫେରି ଆସିଛନ୍ତି। ଆଉ କେହି କହୁଛନ୍ତି ଯେ ଦୁବାଇରେ ତାଙ୍କୁ ବିନା ବାଲ୍‍କୋନି ଥିବା ହୋଟେଲ ରୁମ୍‍ ମିଳିବାରୁ ସେ ଛାଡ଼ି ଚାଲି ଆସିଥିଲେ। ତେବେ ଭାରତରେ ପହଞ୍ଚିବାର ୨ ଦିନ ପରେ ରୈନା ତାଙ୍କ ଟ୍ୱିଟର ପୃଷ୍ଠାରେ କିଛି ଲେଖିଛନ୍ତି। ତେବେ ଏଥିରେ ସେ ଆଇପିଏଲ୍‍ରୁ ଫେରିବା ବିଷୟରେ ପଦେ ମଧ୍ୟ ଲେଖିନାହାନ୍ତି। ପଞ୍ଜାବରେ ତାଙ୍କ ସମ୍ପର୍କୀୟଙ୍କୁ ଡକାୟତ ହତ୍ୟାକରିବା ନେଇ ରୈନା କ୍ଷୋଭ ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ଗିରଫ ପାଇଁ ପଞ୍ଜାବ ପୁଲିସ ନିକଟରେ ରୈନା ଦାବି କରିଛନ୍ତି।

ଟ୍ୱିଟର ପୃଷ୍ଠାରେ ସୁରେଶ ରୈନା ଲେଖିଛନ୍ତି, ପଞ୍ଜାବରେ ମୋ ପରିବାରରେ ଯାହା ଘଟିଲା; ତାହା ଅତ୍ୟନ୍ତ ଭୟଙ୍କର ଥିଲା। ମୋ କାକାଙ୍କୁ ହତ୍ୟା କରାଗଲା। ମୋ ବୁଆ (ପିଉସୀ) ଓ ମୋର ଦୁଇ ସମ୍ପର୍କୀୟ ଭାଇ ଡକାୟତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ। ଦୁର୍ଭାଗ୍ୟବଶତଃ ମୋର ଜଣେ ସମ୍ପର୍କୀୟ ଭାଇ ଗତ ରାତିରେ ପ୍ରାଣ ହରାଇଛନ୍ତି। ମୋ ବୁଆ ଏବେ ମଧ୍ୟ ଗୁରୁତର ଅଛନ୍ତି ଏବଂ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏବେ ସୁଦ୍ଧା ଆମେ ଜାଣିନାହୁଁ ଯେ ଉକ୍ତ ରାତିରେ କ’ଣ ଘଟିଥିଲା ଏବଂ କିଏ ଏପରି କରିଛି। ତେଣୁ ମୁଁ ପଞ୍ଜାବ ପୁଲିସକୁ ଅନୁରୋଧ କରୁଛି ଯେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରନ୍ତୁ। ଏପରି ବର୍ବର କାଣ୍ଡ କିଏ ଭିଆଇଛି; ଅତିକମ୍‍ରେ ତାହା ଜାଣିବାର ଅଧିକାର ତ ଆମର ଅଛି। ସେହି ଅପରାଧୀଙ୍କୁ ଖୋଲା ଛାଡ଼ିଦେବା ଠିକ୍‍ନୁହେଁ। ସେମାନେ ଆହୁରି ଅପରାଧ ଘଟାଇବେ। ସୂଚନାଯୋଗ୍ୟ; ପଞ୍ଜାବ ପୁଲିସ ଅନୁସାରେ ଅଗଷ୍ଟ ୧୯ ରାତିରେ କୁଖ୍ୟାତ କାଲେ କଛେୱାଲା ଗ୍ୟାଙ୍ଗ୍‍ର କିଛି ଡକାୟତ ଲୁଟ୍‍ ଉଦ୍ଦେଶ୍ୟରେ ଆସିଥିଲେ। ପଠାନ୍‍କୋଟର ଥାରିୟାଲ ଗ୍ରାମରେ ରୈନାଙ୍କ କାକା ଅଶୋକ କୁମାର ଓ ତାଙ୍କ ପରିବାର ସଦସ୍ୟ ଛାତ ଉପରେ ଶୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଅଶୋକ କୁମାରଙ୍କର ମୃତ୍ୟୁ ଉକ୍ତ ରାତିରେ ଘଟିଥିଲା। ପରେ ତାଙ୍କର ଜଣେ ପୁଅ ରବିବାର ହସ୍‍ପିଟାଲରେ ପ୍ରାଣ ହରାଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories