www.samajalive.in
Friday, December 12, 2025
15.1 C
Bhubaneswar

ବଡଦାଣ୍ଡରେ କୃତ୍ରିମ ବନ୍ୟା ; ପାଣିଘେରରେ ତିନିରଥ

ପୁରୀ : ପୁରୀ ସହର ସମେତ ସମଗ୍ର ଜିଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି। ପୁରୀ ସହରରେ ବିଗତ ୪୮ ଘଣ୍ଟା ମଧ୍ୟରେ ସର୍ବାଧିକ ୩୨୨ ମି.ମି ବର୍ଷା ରେକର୍ଡ କରାଯାଇଛି।
ଏଥିଯୋଗୁ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଶରଧାବାଲିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନିରଥ ଜଳବନ୍ଦୀ ହୋଇ ରହିଛନ୍ତି। ସହରର ଖାକିମଠ ନୂଆସାହି, ଗଜପତି ନଗର, ନୂଆସାହି, ଅବକାଶ ଲେନ୍‍, ସର୍ବୋଦୟ ନଗର, ବେହେରା ସାହିରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି। ସହରର ସମସ୍ତ ତଳିଆ ଅଞ୍ଚଳରେ ପାଣି ଲହଡି ମାରୁଛି।

- Advertisement -

ବଡଦାଣ୍ଡରେ ବର୍ଷାପାଣିର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ବଡ଼ ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ନଳାରୁ ଅଳିଆ ଆବର୍ଜ୍ଜନା ଓ ପଙ୍କ ଉଠିଆସିବାରୁ ବଡ଼ଦାଣ୍ଡ ସମେତ ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପୌରସଂସ୍ଥା ପକ୍ଷରୁ ମୋଟର ପମ୍ପ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି। ବଡଦାଣ୍ଡର ବଡଡାକ୍ତର ଖାନା ଛକ ଏବଂ ବଳଗଣ୍ଡି ଛକରେ ପ୍ରାୟ ଆଣ୍ଠୁଏରୁ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ଦେବଙ୍କ ମନ୍ଦିରର ଗର୍ଭଗୃହ ଭିତରେ ଛାତିଏ ଉଚ୍ଚର ପାଣି ଜମି ରହିଥିବା ଜଣାପଡିଛି। ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ୨/୩ ଫୁଟ ଉଚ୍ଚର ପାଣି ଜମି ରହିଛି।
ଅନ୍ୟ ପକ୍ଷରେ ପୁରୀ ଜିଲାର କଣାସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିି। ସେଠାରେ ୧୫ଟି ଗ୍ରାମ ଜଳଘେର ଭିତରେ ରହିଥିବା ଜଣାପଡିଛି। ଜିଲ୍ଳାର ନିମାପଡା, ଗୋପ, ସାକ୍ଷୀଗୋପାଳ, ଚନ୍ଦନପୁର, କୋଣାର୍କ, ପିପିଲି , କାକଟପୁର ଓ ଅସ୍ତରଙ୍ଗ ଓ କଣାସ ଆଦି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶିଯିବା ସହିତ ଚାଷ ଜମିରେ ବର୍ଷାପାଣି ଜମି ରହିଛି। ଅଧିକ ବର୍ଷା ହେଲେ କଚ୍ଚାଘର ଭୁଷୁଡି ପଡିବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଗାଁ ଗହଳିରେ ଅବସ୍ଥା ଶୋଚନୀୟ ହୋଇପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories