ଆସନ୍ତା ୧୩ରେ ପୁଣି ଲଘୁଚାପ

0

କଟକ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଯାଇଛି। ତେବେ ଆସନ୍ତା ୧୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସୋମବାର ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ବୌଦ୍ଧ, କୋରାପୁଟ ଓ ମାଲକାନାଗିରି ଜିଲାର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ୍ ଏବଂ ସୁନ୍ଦରଗଡରେ ସର୍ବନିମ୍ନ ୨୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିରେ ସର୍ବାଧିକ ୧୨ ସେମି ଓ ଗଜପତି ନୂଆଗଡରେ ୮ ସେମି ବର୍ଷା ରେକର୍ଡ କରାଯାଇଛି।

Leave A Reply