www.samajalive.in
Friday, December 12, 2025
15.1 C
Bhubaneswar

କାଲୁଆ କଲା ଅଦିନିଆ ବର୍ଷା; ଆଜି ବି ବର୍ଷା ସମ୍ଭାବନା, ୨୮ରୁ ବଦଳିବ ପାଗ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଜିଲା ମେଘାଚ୍ଛନ୍ନ ରହିବା ସହିତ ଗତ ୨୪ଘଣ୍ଟାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଦିନ ତମାମ ମେଘୁଆ ଓ କୋହଲା ପାଗ ଲାଗି ରହିବା ସହିତ କିଛି ଅଞ୍ଚଳରେ ଆକାଶକୁ କଳାବାଦଲ ଢାଙ୍କି ଦେଇଥିଲା। ଫଳରେ ଦିନରେ ଅନ୍ଧାର ଘୋଟି ଆସିଥିଲା। ଆକାଶ ଖୁବ୍ ଭୟଙ୍କର ରୂପ ନେବା ସହିତ ରାଜଧାନୀ ଭୁବନେଶ୍ବର, କଟକ ସମେତ ଅଧିକାଂଶ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ପ୍ରବଳ ବର୍ଷା ଢାଲିଥିଲା। କାଲୁଆ ପବନ ସହିତ ଜାଡ଼ ମାଡ଼ି ଆସିଥିଲା। ଏପରିକି ଦିନର ସର୍ବାଧିକ ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। କେନ୍ଦୁଝରରେ ଦିନର ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀକୁ ଖସିଥିଲା। ଏପରିକି ଭୁବନେଶ୍ବରରେ ୨୦ ଓ କଟକରେ ୨୧କୁ ହ୍ରାସ ପାଇଥିଲା। ବର୍ଷା ପ୍ରଭାବ ଆହୁରି ୪୮ଘଣ୍ଟା ଲାଗିରହିବ। ବୁଧବାର ଉତ୍ତର ଏବଂ ଦକ୍ଷିଣ ଉପକୂଳର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି.ବେଗରେ ପବନ ବହିବ। ବର୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୭ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ଏହାଛଡ଼ା ଉତ୍ତର ଉପକୂଳ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଅନୁଭୂତ ହେବ। ୨୮ରୁ ପାଗ ବଦଳିଯିବ। ତେବେ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ପ୍ରଭାବ ରହିବ।
ବର୍ଷା ଓ ପବନ ​ଯୋଗୁଁ ପାଗ ବଦଳିଯିବା ସହିତ ଉଭୟ ଦିନ ଓ ରାତିର ତାପମାତ୍ରା କମିଛି। ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ସେହିପରି ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୮ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ବୌଦ୍ଧରେ ୪୯, ସମ୍ବଲପୁରରେ ୪୬, ଫୁଲବାଣୀରେ ୪୧, ହୀରାକୁଦରେ ୩୪, ଅନୁଗୋଳ ଓ ବଲାଙ୍ଗିରରେ ୩୦, କେନ୍ଦୁଝରରେ ୨୭, ଭୁବନେଶ୍ବର, ସୁନ୍ଦରଗଡ଼ ୨୦, କଟକରେ ୧୯, ତାଳଚେରରେ ୧୪ ମିମି ବର୍ଷା ରେକର୍ଡ଼ କରାଯାଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories