www.samajalive.in
Friday, December 12, 2025
14.1 C
Bhubaneswar

ମହାକୁମ୍ଭର ୪୨ ଦିନରେ ୧୫ ହଜାର ରେଳ ଚଳାଚଳ

ଭୁବନେଶ୍ୱର : ୪୨ ଦିନରେ ୧୫ ହଜାରରୁ ଅଧିକ ରେଳ ଚଳାଚଳ କରାଇ ଭାରତୀୟ ରେଳପଥ ଚଳିତ ମହାକୁମ୍ଭ ସମୟରେ ରେକର୍ଡ ସୃଷ୍ଟି କରିଛି। ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ରହିଛି।

ପୂର୍ବତଟ ରେଳପଥ ଓଡ଼ିଶାର ୨୫ଟି ପ୍ରମୁଖ ସହରରୁ ୬୦ଟି ସ୍ୱତନ୍ତ୍ର ରେଳ ଚଳାଚଳ କରି ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସହଜ କରିଥିଲା। ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବାଲୁଗାଁ, ଯାଜପୁର କେନ୍ଦୁଝର ରୋଡ୍, ଯଖପୁରା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରଗଡ଼, ଢେଙ୍କାନାଳ, ସମ୍ବଲପୁର, ରାୟଗଡ଼ା, ଟିଟିଲାଗଡ଼, ବଲାଙ୍ଗୀର ଏବଂ ଅନ୍ୟାନ୍ୟ ସହରଗୁଡ଼ିକୁ ସମର୍ପିତ ସ୍ୱତନ୍ତ୍ର ରେଳ ମାଧ୍ୟମରେ ପ୍ରୟାଗରାଜ ସହିତ ସଂଯୋଗ କରାଯାଇଥିଲା। ୧୫ ହଜାରରୁ ଅଧିକ ରେଳର ପରିଚାଳନାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ତଦାରଖ କରୁଥିଲେ। ରେଳୱେ ବୋର୍ଡର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତୀଶ କୁମାର ମଧ୍ୟ ଏହି କାର୍ଯ୍ୟଗୁଡ଼ିକର କାର୍ଯ୍ୟାନ୍ୱୟନକୁ ସକ୍ରିୟ ଭାବରେ ତଦାରଖ କରୁଥିଲେ।

- Advertisement -

ଓଡ଼ିଶାରୁ ନିୟମିତ ରେଳ ସେବା ସହିତ ୬୦ଟି ସ୍ୱତନ୍ତ୍ର ରେଳର ଏହି ଐତିହାସିକ ପରିଚାଳନା ମହାକୁମ୍ଭ ପାଇଁ ପ୍ରୟାଗରାଜ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରାପଦ ଏବଂ ସୁଗମ ଯାତ୍ରା ଯୋଗାଇବା ପାଇଁ ଭାରତୀୟ ରେଳବାଇର ଦକ୍ଷତାକୁ ପ୍ରତିଫଳିତ କରୁଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories