www.samajalive.in
Saturday, December 6, 2025
15.1 C
Bhubaneswar

ସ୍ତ୍ରୀ ଓ ଦୁଇ ଝିଅ ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚ ମୃତଦେହଗୁଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଜବଲପୁର ଜିଲାରେ ବୁଧବାର ସକାଳେ ଭେଡ଼ାଘାଟ ଥାନା ଅନ୍ତର୍ଗତ ସିହୋଦା ଗ୍ରାମ ନିକଟରେ ଜଣେ ରେଲୱେ ଟ୍ରାକମ୍ୟାନ ଏବଂ ତାଙ୍କ ସ୍ତ୍ରୀ ନିଜର ୨ ପିଲାଙ୍କ ସହିତ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ତେବେ କ’ଣ ପାଇଁ ରେଳ କର୍ମଚାରୀ ଜଣକ ଏଭଳି ପଦକ୍ଷେପ ନେଲେ ତାହା ଏଯାଏ ଜଣାପଡ଼ି ନାହିଁ। ମୃତକ ହେଲେ ସିହୋଦା ଗ୍ରାମର ନରେନ୍ଦ୍ର ଚଢ଼ାର, ତାଙ୍କ ସ୍ତ୍ରୀ ରୀନା ଏବଂ ୬ ଓ ୩ ବର୍ଷର ଦୁଇଟି ଝିଅ।

- Advertisement -

ନରେନ୍ଦ୍ରଙ୍କ ଶ୍ୱଶୁର କହିଛନ୍ତି ଯେ, ତାଙ୍କ ଝିଅ ମଙ୍ଗଳବାର ଫୋନ ଶାଶୁଙ୍କ ସହିତ ହୋଇଥିବା ଝଗଡ଼଼ା ସମ୍ପର୍କରେ କହିଥିଲେ। କିନ୍ତୁ ଏହା ଏକ ସାମାନ୍ୟ କଥା ହୋଇଥିବାରୁ ତାହା ଉପରେ ସେ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ତାଙ୍କ ଜ୍ୱାଇଁ ଏବଂ ଝିଅ ଏଭଳି ପଦକ୍ଷେପ କାହିଁକି ନେଲେ ତାହା ସେ ଜାଣି ନ ଥିବା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories