www.samajalive.in
Friday, December 5, 2025
20.1 C
Bhubaneswar

ମନ୍ଥର ଗତିରେ ଚାଲିଛି ସମ୍ବଲପୁର–ଟିଟିଲାଗଡ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ

ସମ୍ବଲପୁର : ପୁର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ସମ୍ବଲପୁରରୁ ଟିଟିଲାଗଡ ସେକ୍ସନ ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ୨୦୧୦ – ୧୧ ଆର୍ଥିକ ବର୍ଷରୁ ଯୋଜନା କରାଯାଇଛି। ଏହି କାର୍ଯ୍ୟ ପାଇଁ ୨୦୧୪ ମସିହାରେ କାର୍ଯ୍ୟାଦେଶ ରେଳ ବିକାଶ ନିଗମ ପାଇଥିଲା ଏବଂ କାର୍ଯ୍ୟାରମ୍ଭ କରିଥିଲା। ପ୍ରାରମ୍ଭରେ ଏହି ସେକ୍ସସନର ଲାଇନ ଦୋହରୀକରଣ ପାଇଁ ପ୍ରାୟ ୬୦୦ କୋଟିର ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ଏବେ ବଢି ପ୍ରାୟ ଏକ ହଜାର କୋଟି ଟଙ୍କା ହେଲାଣି ବୋଲି ପ୍ରକଳ୍ପର ସହାୟକ ମହାପ୍ରବନ୍ଧକ ଅଧିକାରୀ ପି. କେ. ଦାଶ କହିଛନ୍ତି। ଅଧିକାରୀ ଦାଶଙ୍କ ସୂଚନାନୁଯାୟୀ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ପାଇଁ ୪୨ ମାସର ଅବଧି ନିର୍ଦ୍ଧାରିତ କରାଯାଇଥିଲା। କିନ୍ତୁ ଇତିମଧ୍ୟରେ ଏହି ସମୟ ଅବଧି ସମାପ୍ତ ହୋଇ ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି ବୋଲି ଅଧିକାରୀ ଦାଶ କହିଛନ୍ତି। ତେବେ ୪ଟି ଜିଲା ଦେଇ ଯାଉଥିବା ଏହି ରେଳ ଲାଇନର କାର୍ଯ୍ୟ ପାଇଁ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସରି ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ଏହା ସହ ଜମି ଅଧିଗ୍ରହଣ ନିୟମ ମଧ୍ୟ ବଦଳିଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ହେଉଛି ବୋଲି ଅଧିକାରୀ ଦାଶ ଦର୍ଶାଇଛନ୍ତି। କିନ୍ତୁ ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ରକଳ୍ପର କାର୍ଯ୍ୟାଳୟ ସମ୍ବଲପୁରରେ ଥିବା ବେଳେ ନିୟମାନୁଯାୟୀ ଏହାର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଏଠାରେ ରହିବା ଉଚିତ। କିନ୍ତୁ ମୁଖ୍ୟ ପ୍ରକଳ୍ପ ଅଧିକାରୀ ବିଶାଖାପାଟଣା ଠାରେ ଅବସ୍ଥାନ କରୁଛନ୍ତି ଏବଂ ମଝିରେ ମଝିରେ ପ୍ରକଳ୍ପ ଅଞ୍ଚଳ ଗସ୍ତ କରୁଛନ୍ତି। ଯାହା ଦ୍ୱାରା ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ମନ୍ଥର ହେବାରେ ଲାଗିଛି ବୋଲି ମଧ୍ୟ କୁହାଯାଉଛି। ଏହା ସହ ଠିକା ସଂସ୍ଥା ଛୋଟ ଛୋଟ ଠିକାଦାରଙ୍କ ମାଧ୍ୟମରେ କାର୍ଯ୍ୟ କରାଉଥିବାରୁ ଦୋହରୀକରଣ କାର୍ଯ୍ୟର ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପଡୁଛି ବୋଲି କୁହାଯାଉଛି।

- Advertisement -

ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ରେଳ ବିକାଶ ନିଗମ ଲିମିଟେଡର ପ୍ରତ୍ୟକ୍ଷ ତତ୍ୱାବଧାନରେ ଠିକ ସଂସ୍ଥା ଏଲ ଏଣ୍ଡ ଟି କମ୍ପାନୀ ଦ୍ୱାରା କରାଯାଉଛି। ୧୮୨ କିମିର ଦୈର୍ଘ୍ୟ ଏହି ଲାଇନ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୪ ବର୍ଷରୁ ଅଧିକ ସମୟ ବିତିଯିବା ସତ୍ୱେ ଏହି କାର୍ଯ୍ୟ ସମାପ୍ତ ହେବ କଣ ମାତ୍ର ପ୍ରାୟ ୨୫ ପ୍ରତିଶତ କାର୍ଯ୍ୟ ଏବେ ପର୍ଯ୍ୟନ୍ତ ସରିଛି। ଇତି ମଧ୍ୟରେ ସମ୍ବଲପୁରରୁ ହୀରାକୁଦ ଓ ବରପାଲ ରୁ ଡୁଙ୍ଗୁରିପାଲୀ ଷ୍ଟେସନ ପର୍ଯ୍ୟନ୍ତ କାର୍ଯ୍ୟ ସରିଯାଇଛି। ଆଗାମୀ ଦିନରେ ଡୁଙ୍ଗୁରିପାଲିରୁ ଖଲିଆପାଲି, ଦେଗାଁ ରୁ ସଇଁତଲା ଆଦି ଦୋହରୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହଯାଉଛି। କିନ୍ତୁ ଏହାର ପ୍ରକଳ୍ପ ଖର୍ଚ୍ଚ ଦିନକୁ ଦିନ ବଢିବାରେ ଲାଗିଛି। ରେଳ ଲାଇନର ଦୋହରୀକରଣର କାର୍ଯ୍ୟ ପୂର୍ବରୁ ବିଳମ୍ବରେ ଚାଲୁଥିବା ବେଳେ କେବେ ସରିବ ଅଧିକାରୀ ମଧ୍ୟ କହି ପାରୁ ନାହାନ୍ତି। ଏହି ଦୋହରୀକରଣ କାର୍ଯ୍ୟ ପାଇଁ କେତେକ ସ୍ଥାନରେ ଜମି ଅଧିଗ୍ରହଣ କରିବାରେ ସମସ୍ୟା ରହିଛି। କିନ୍ତୁ ଯେଉଁ ସ୍ଥାନରେ ଜମି ଅଧିଗ୍ରହଣ ସରିଛି, ସେହି ସ୍ଥାନରେ ମଧ୍ୟ କାର୍ଯ୍ୟ ଆଗାଉ ନାହିଁ ବୋଲି ଜଣାପଡିଛି। ଏହା ସହ ବ୍ରିଜ ମାନଙ୍କ କାର୍ଯ୍ୟ ମଧ୍ୟ ବହୁ ବିଳମ୍ବ ହେଉଛି। ଏଣୁ ରେଳ ଲାଇନର ଦୋହରୀକରଣ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରି ଜନତାର ଟିକସ ପଇସା ଅପଚୟ ରୋକିବା ସହ ଯାତ୍ରୀ ଓ ରେଳବାଇର ସୁବିଧା ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories