ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କେତେକ ସ୍ଥାନରେ ଆଗକୁ ଦଶହରା ଓ କୁମାରପୂର୍ଣ୍ଣିମା ଯୋଗୁଁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଏବେଠାରୁ ଜୁଆଖେଳ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଗଦାପୁର ଗ୍ରାମ ନିକଟସ୍ଥ ଆମ୍ବିଲ୍ଆମ୍ ଆମ୍ବତୋଟା ନିକଟ ଜଙ୍ଗଲରେ ଜୁଆଖେଳ ଚାଲୁଥିବାର କୌଣସି ପ୍ରକାର ସୂଚନା ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କ ନେତୃତ୍ୱରେ ଏକ ଦଳ ଅଚାନକ ଭାବେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ। ତେବେ ଜୁଆଡ଼ିମାନେ ପୁଲିସ ଆଖିରେ ଧୂଳି ଦେଇ ଜଙ୍ଗଲ ମଧ୍ୟକୁ ଖସିଯିବାରେ ସକ୍ଷମ ହୋଇଥିଲେ ମଧ୍ୟ ପୁଲିସ୍ ଘଟଣା ସ୍ଥଳରୁ ନଗଦ ନଅ ହଜାର ପାଞ୍ଚଶହ ପଚାଶ ଟଙ୍କା ସହ ୬ଟି ବାଇକ୍ ଜବତ କରିଥିବା ଥାନା ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ସବୁଆଡ଼େ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ନିଜ ପରିବାରକୁ ଦ୍ୱାହିଦେଇ ଏଭଳି ଭାବେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଯାହାକି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ୍ର ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରିବା ସହ ଜୁଆ ଖେଳ ଓ ଚୋରା ମଦ କାରବାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।



