www.samajalive.in
Thursday, December 11, 2025
15.1 C
Bhubaneswar

ବିଦ୍ୟାଳୟ ଉଚ୍ଛେଦ ନିଷ୍ପତ୍ତିର ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଦେବଗଡ଼: ଅଳ୍ପ ଛାତ୍ରଛାତ୍ରୀ ରହିଥିବା ଦର୍ଶାଇ ସରକାର ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପିଲିପାଲି ଗ୍ରାମ ପଞ୍ଚାୟତର ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଛଦ କରି ୫କି.ମି. ଦୂରବର୍ତ୍ତୀ କଦମଦର୍ହ ଗ୍ରାମରେ ଥିବା ଦନାର୍ଦ୍ଦନପାଲି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ସେଠାକୁ ଯିବାକୁ ହେଲେ ଦନାର୍ଦ୍ଦନପାଲି କଲୋନୀର ଛାତ୍ରଛାତ୍ରୀଙ୍କୁ ୫ କି.ମି. ଜଙ୍ଗଲ ରାସ୍ତା ଏବଂ ଏକ ନଦୀ ପାରିହୋଇ ଯିବାକୁ ପଡ଼ିବ। ଏଣୁ ଏହା ଶିଶୁ ମାନଙ୍କ ପାଇଁ ବିପଦର କାରଣ ହେବ ବୋଲି ଦନାର୍ଦ୍ଦନପାଲି କଲୋନୀ ବାସୀ ଓ ସମ୍ପୃକ୍ତ ବିଦ୍ୟାଳୟ ପରିଚାଳନା କମିଟି ଦର୍ଶାଇବା ସହ ଉକ୍ତ ବିଦ୍ୟାଳୟକୁ ଉଚ୍ଛେଦ ନ କରିବାକୁ ପୂର୍ବରୁ ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ତିଲେଇବଣି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଗୁହାରୀ କରିଥିଲେ। ଏହା ସତ୍ୱେ ଉକ୍ତ ବିଦ୍ୟଳୟ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର କରାଯାଇ ନ ଥିବାରୁ ଏହାର ପ୍ରିବାଦରେ ଆଜି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଆଜି ମିଳିତ ଭାବେ ଉକ୍ତ ବିଦ୍ୟାଳୟରେ ତାଲା ପକାଇଦେଛନ୍ତି। ଏଥିସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦେବଗଡ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଯେତେଦିନ ପର୍ଯ୍ୟନ୍ତ ଏହି ସମ୍ୟାର ସମାଧାନ କରାଯାଇନାହିଁ ସେତେ ଦିନ ପର୍ଯ୍ୟନ୍ତ ଉକ୍ତ ସ୍କୁଲରୁ ତାଲା ଖୋଲାଯିବ ନାହିଁ ଓ ସେମାନେ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି ଲିଖିତ ଚେତାବନୀ ଦେଇଛନ୍ତି। ସେହିପରି ଏହାର ନକଲ ତିଲେଇବଣି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଓ ଦେବଗଡ ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories