www.samajalive.in
Saturday, December 6, 2025
16.1 C
Bhubaneswar

କଣ୍ଟାବାଞ୍ଜି ରେଳଷ୍ଟେସନରେ ଚଢ଼ାଉ, ରେଳବାଇ କ୍ୱାର୍ଟର୍ସରୁ ଜବତ ହେଲା ବିପୁଳ ବିଦେଶୀ ମଦ

କଣ୍ଟାବାଞ୍ଜି: ଆଜି କଣ୍ଟାବାଞ୍ଜି ରେଳଷ୍ଟେସନ ପରିସରରେ ଥିବା ବିଭିନ୍ନ କ୍ୱାର୍ଟର୍ସଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି। ଅବକାରୀ ବିଭାଗ, କଣ୍ଟାବାଞ୍ଜି ପୁଲିସ ଓ ରେଳବାଇ ପୁଲିସର ମିଳିତ ସହଯୋଗରେ କଣ୍ଟାବାଞ୍ଜି ଷ୍ଟେସନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ରେଳବାଇ କ୍ୱାର୍ଟର୍ସରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ସୂଚନା ଦିଆଯାଇଛି।

କଣ୍ଟାବାଞ୍ଜି ରେଳବାଇ କ୍ୱାର୍ଟର୍ସଗୁଡ଼ିକରେ ବିଦେଶୀ ମଦ ଗଚ୍ଛିତ ଥିବା ସହ ଏହାର କାରବାର ହେଉଥିବା ନେଇ ସୂଚନା ମିଳିଥିଲା। ଫଳରେ ଅବକାରୀ ବିଭାଗ, କଣ୍ଟାବାଞ୍ଜି ପୁଲିସ ଓ ରେଳବାଇ ପୁଲିସ ପକ୍ଷରୁ ମିଳିତ ଭାବେ କଣ୍ଟାବାଞ୍ଜି ଷ୍ଟେସନ ଏବଂ ରେଳବାଇ କ୍ୱାର୍ଟର୍ସଗୁଡ଼ିକରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କ୍ୱାର୍ଟର୍ସଗୁଡ଼ିକରୁ ବହୁ ପରିମାଣର ବିଦେଶୀ ମଦ ଜବତ ହୋଇଥିଲା। ରେଳବାଇ କ୍ୱାର୍ଟର୍ସଗୁଡ଼ିକୁ କିଭଳି ବିଦେଶୀ ମଦ ଗଲା ଏବଂ ଏହାକୁ କେଉଁମାନେ କାରବାର କରୁଛନ୍ତି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories