www.samajalive.in
Monday, December 15, 2025
26.1 C
Bhubaneswar

ପିତାଙ୍କ ହତ୍ୟାକାରୀକୁ କ୍ଷମା କରିଛୁ: ରାହୁଲ ଗାନ୍ଧୀ

କୁଆଲାଲାମ୍ପୁର:   ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ କ୍ଷମା କରିଦେଇଥିବା କଥା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରକାଶ କରିଛନ୍ତି । ସେ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜୀବଙ୍କୁ ହତ୍ୟା କରିଥିବା ବ୍ୟକ୍ତିମାନଙ୍କୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରି ଦେଇଥିବା କଥା  ପ୍ରକାଶ  କରିଛନ୍ତି । ମାଲେସିୟାରେ ଆଇଆଇଏମ୍‌ର ପୁରାତନ ଛାତ୍ରମାନଙ୍କୁ  ଭେଟିବା ବେଳେ ସେ ଏହି ସୂଚନା ଦେଇଛନ୍ତି ।  ଶ୍ରୀଲଙ୍କାର ଆତଙ୍କବାଦ ସଂଗଠନ ଏଲ୍‌ଟିଟିଇର ସଦସ୍ୟମାନେ ଏହି ଆକ୍ରମଣ  କରିଥିଲେ ।

ଅନେକ ଦିନ ପର୍ଯ୍ୟନ୍ତ ଆକ୍ରୋଶର ସହ କଟିଥିଲା । ମାତ୍ର ଟିଭିରେ ଏଲ୍‌ଟିଟିର ମୁଖ୍ୟ ପ୍ରଭାକରନଙ୍କୁ ମୃତ ଅବସ୍ଥାରେ ଦେଖି ଦୁଃଖ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି  । ନିଜର ଜେଜେମାଙ୍କୁ ହତ୍ୟା କରାଯିବ ବୋଲି ସେ ଜାଣିପାରିଥିଲେ ବୋଲି ପ୍ରକାଶ କରିଛନ୍ତି । ରାଜନୀତି କଲାବେଳେ ଯେତେବେଳି  କିଛି ଭଲ ଜିନିଷ ହାସଲ କରିବା ପାଇଁ ଚେଷ୍ଟା କରାଯାଏ ସେତେ ବେଳେ କିଛି ଖରାପ ତତ୍ୱ ଏହାକୁ ସହିପାରନ୍ତି ନାହିଁ । ତାଙ୍କ ଜେଜେମା ତାଙ୍କୁ ହତ୍ୟା କରାଯିବା କଥା କହିଥିବା ବେଳେ ସେ ତାଙ୍କ ପିତାଙ୍କୁ ସେହି କଥା କହିଥିଲେ । ରାଜନୀତିରେ ଅନେକ ଶକ୍ତିର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଅଦୃଶ୍ୟ ଶକ୍ତି ବି ଥାଆନ୍ତି  ଯାହା କ୍ଷତି କରି ପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories