www.samajalive.in
Sunday, December 7, 2025
14.1 C
Bhubaneswar

କଂଗ୍ରେସ-ବିଜେପି ‘ଟ୍ବିଟ୍’ ଯୁଦ୍ଧ: ’ଉପଲବ୍ଧି’କୁ ନେଇ ରାହୁଳଙ୍କୁ ନିଶାଣ କଲେ ଜାଭେଦକର

ରାଜସ୍ଥାନର ରାଜନୈତିକ ଦ୍ବନ୍ଦ୍ବଯୁଦ୍ଧ ମଧ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମୁନାହିଁ । କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରତିଦିନ ମୋଦୀ ସରକାରଙ୍କୁ କୌଣସିନା କୌଣସି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି, ଅନ୍ୟପକ୍ଷରେ ବିଜେପିର କେହି ନା କେହି ନେତା ରାହୁଳଙ୍କୁ ଏହାର କଡ଼ା ଜବାବ ଦେଉଛନ୍ତି ।  କରୋନା ସମୟରେ ମୋଦୀ ସରକାରଙ୍କ ୬ ‘ଉପଲବ୍ଧି’କୁ ନେଇ ରାହୁଳ ଯେଉଁ କଟାକ୍ଷ କରିଥିଲେ ତାହାର ଜବାବ ରଖିଛନ୍ତି ବିଜେପି ନେତା ପ୍ରକାଶ ଜାଭେଦକର ।

ଆଜି ସକାଳେ ରାହୁଳ ଗାନ୍ଧୀ ନିଜ ଟ୍ବିଟରରେ ମୋଦୀ ସରକାରଙ୍କ ୬ଟି ବଡ଼ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ ।  ଫେବ୍ରୁଆରୀ  -ନମସ୍ତେ ଟ୍ରମ୍ପ, ମାର୍ଚ- ମଧ୍ୟପ୍ରଦେଶ ସରକାର ଭଙ୍ଗ, ଏପ୍ରିଲ- ମହମବତୀ ଜଳାଇବା, ମେ-ସରକାରଙ୍କ ଷଷ୍ଠ ବାର୍ଷିକ ଉତ୍ସବ, ଜୁନ୍-ବିହାରରେ ଭର୍ଚୁଆଲ ରାଲି, ଜୁଲାଇ- ରାଜସ୍ଥାନ ସରକାର ଭାଙ୍ଗିବା ଉଦ୍ୟମ । ଏଇଥିପାଇଁ କରୋନା ଲଢ଼େଇରେ ଦେଶ ଆତ୍ମନିର୍ଭର ହୋଇ ପାରିଛି ।

- Advertisement -

ରାହୁଳଙ୍କ ଏହି ଟ୍ବିଟର କିଛି ସମୟ ପରେ ବିଜେପି ଏହାର ପାଲଟା ଜବାବ ଦେଇଛି । ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ରାହୁଳଙ୍କୁ ତାଙ୍କରି ଭାଷାରେ ଉତ୍ତର ଦେଇଛନ୍ତି । ଜାଭେଦକର କହିଛନ୍ତି ଯେ ରାହୁଳ ବାବା କରୋନା ସମୟରେ ଦେଶର ଉପଲବ୍ଧି ଲେଖି ରଖନ୍ତୁ । ଆମେରିକା, ବ୍ରାଜିଲ ଓ ୟୁରୋପ ତୁଳନାରେ ଭାରତରେ କରୋନା ସଂକ୍ରମଣ ହାର, ସୁସ୍ଥ ଅନୁପାତ ଓ ମୃତ୍ୟୁ ସଂଖ୍ୟା ଦେଖି ଯାହା କହିବା କଥା କହନ୍ତୁ । ଦୀପ ଜଳାଇବାକୁ ତାତ୍ସଲ୍ୟ କରି ଆପଣ ଦେଶର କରୋନା ଯୋଦ୍ଧାଙ୍କୁ ଅପମାନିତ କରିଛନ୍ତି ବୋଲି ଜାଭେଦକର କହିଛନ୍ତି । ଏହା ସହ ରାହୁଳଙ୍କ ୬ ଉପଲବ୍ଧି ମଧ୍ୟ ଜାଭେଦକର ବର୍ଣ୍ଣନା କରିଛନ୍ତି । ଆପଣଙ୍କ ୬ ଉପଲବ୍ଧି ନୁହେଁ, ୩ ଉପଲବ୍ଧି ଏଠି ଉଲ୍ଲେଖ କରୁଛି ବୋଲି ଜାଭେଦକର କହିଛନ୍ତି ।

ସେ ଲେଖିଛନ୍ତି ଫେବ୍ରୁଆରୀରେ ସାହିନବାଗ ଘଟଣା ଓ ଦଙ୍ଗା, ମାର୍ଚରେ ଜ୍ୟୋତିରାଦିତ୍ୟ ଆପଣଙ୍କୁ ଛାଡ଼ି ଚାଲିଯିବା ଓ ମଧ୍ୟପ୍ରଦେଶ ଆପଣଙ୍କ ହାତରୁ ଖସିଯିବା, ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କୁ ଉସୁକାଇବା । ମେ ମାସରେ କଂଗ୍ରେସର ଐତିହାସିକ ପରାଜୟର ଷଷ୍ଠ ବର୍ଷ ପୂର୍ତି ପାଳିମ, ଜୁନରେ ଚୀନକୁ ସମର୍ଥନ କରିବା ଓ ଜୁଲାଇରେ ରାଜସ୍ଥାନ କଂଗ୍ରେସରେ ବିପର୍ଯ୍ୟୟ ହେଉଛି ଆପଣଙ୍କ ସବୁଠୁ ବଡ଼ ଉପଲବ୍ଧି ।

 

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories