www.samajalive.in
Sunday, December 14, 2025
19.1 C
Bhubaneswar

ଶିଖ୍‌ ବିରୋଧୀ ଦଙ୍ଗା ଉପରେ ବିବାଦୀୟ ମନ୍ତବ୍ୟକୁ ରାହୁଲଙ୍କ ସମାଲୋଚନା ପରେ କ୍ଷମା ମାଗିଲେ ସାମ ପିଟ୍ରୋଡା

ନୂଆଦିଲ୍ଲୀ: ଶିଖ୍‌ ବିରୋଧୀ ଦଙ୍ଗା ଉପରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଦେଇଥିବା ମନ୍ତବ୍ୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଶେଷରେ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିବା ସହ ସାମ୍‌ ପିଟ୍ରୋଡାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ରାହୁଲ ଫେସ୍‌ବୁକରେ ଏକ ପୋଷ୍ଟ କରି ପିଟ୍ରୋଡାଙ୍କ ମନ୍ତବ୍ୟ ଦଳର ମତ ନୁହେଁ। ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଲେଖିଥିଲେ। ରାହୁଲ ଉଲ୍ଲେଖ କରିଥିଲେ ଯେ, ୧୯୮୪ ମସିହା ଅତ୍ୟନ୍ତ ଭୟାନକ ଏବଂ ଦୁଃଖଦ ଥିଲା। ଏହି ଘଟଣା ଉପରେ ନ୍ୟାୟ ହେବା ଉଚିତ। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ମୋ ମା’ ସୋନିଆ ଗାନ୍ଧୀ ବି ଏ ନେଇ କ୍ଷମା ମାଗି ସାରିଛନ୍ତି। ଆମ ଆଭିମୁଖ୍ୟ ସ୍ପଷ୍ଟ ଯେ ୧୯୮୪ ଭଳି ଦୁଃଖଦ ଘଟଣା କେବେ ନ ଘଟିବା ଉଚିତ। ପିଟ୍ରୋଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ତାଙ୍କୁ ମୁଁ କ୍ଷମା ମାଗିବାକୁ କହିଛି।

ରାହୁଲଙ୍କ ସମାଲୋଚନା ପରେ ପିଟ୍ରୋଡ଼ା ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହ ସେ କହିଛନ୍ତି, ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ମୋ ମନ୍ତବ୍ୟକୁ ବିବାଦୀୟ ରୂପରେ ଉପସ୍ଥାପନ କରିଛି। ୧୯୮୪ରେ କଠିନ ସମୟରେ ଶିଖ୍‌ ଭାଇଭଉଣୀମାନଙ୍କ କଷ୍ଟ ଏବଂ ସେଭଳି ଅତ୍ୟାଚାରକୁ ମୁଁ ହୃଦବୋଧ କରିପାରୁଛି। କିନ୍ତୁ ଏହା ଅତୀତର ଘଟଣା ଏବଂ ଏହି ନିର୍ବାଚନରେ ଏହାର କୌଣସି ପ୍ରାସଙ୍ଗିକତା ନାହିଁ। ମୋର କହିବାର ଅର୍ଥ ଥିଲା ଯାହା ହେଲା ଖରାପ ହେଲା। କିନ୍ତୁ ମୋ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଗଲା। ସେଥିପାଇଁ ମୁଁ କ୍ଷମା ମାଗୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories