www.samajalive.in
Thursday, December 11, 2025
18.1 C
Bhubaneswar

ଛୁଟିରେ ଗଲେ ରାହୁଲ ଜୋହରି

ନୂଆଦିଲ୍ଲୀ : ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାହୁଲ ଜୋହରି ଛୁଟିରେ ଯାଇଥିବା ଜଣାପଡ଼ିଛି। ଜୋହରିଙ୍କ ବିରୋଧରେ ଜଣେ ମହିଳା ‘ ମି ଠୁ’ ଅଭିଯାନ ଜରିଆରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ସଂପର୍କରେ ଜବାବ ରଖିବାକୁ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ଜୋହରିଙ୍କୁ ନିର୍ଦେଶ ଦେଇଥିଲେ। ଲିଖିତ ଭାବେ ଜବାବ ପ୍ରସ୍ତୁତ କରିବାକୁ ଜୋହରି ଛୁଟିରେ ଯାଇଥିବା ଜଣାପଡ଼ିଛି।
ଜୋହରିଙ୍କ ଅନୁପସ୍ଥିତିରେ ବିସିସିଆଇର ଦୈନନ୍ଦିନ କାର୍ଯ୍ୟକଳାପର ତଦାରଖ ସିଓଏ ନିଜ ହାତକୁ ନେଇଛି। ସୂଚନାଥାଉକି ଯୌନ ନିର୍ଯାତନା ଅଭିଯୋଗ ସଂପର୍କରେ ଜୋହରି କୌଣସି ମନ୍ତବ୍ୟ ଦେଇନଥିଲେ ସୁଦ୍ଧା ଅଭିଯୋଗ ଆସିବା ପରେ ବିସିସିଆଇର ମୁମ୍ବଇସ୍ଥିତ ମୁଖ୍ୟାଳୟକୁ ଆଦୌ ଯାଇନାହାନ୍ତି। ସେହିପରି ସିଙ୍ଗାପୁରରେ ଆଇସିସି ତରଫରୁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବୈଠକରେ ଜୋହରି ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। ଗତବର୍ଷ ଜାନୁଆରୀ ୩୦ରେ ସିଓଏ କ୍ରିକେଟ୍‍ ପରିଚାଳନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜୋହରି ବିସିସିଆଇରେ ଅନ୍ୟତମ ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଥିଲେ।
ଜୋହରିଙ୍କ ସଂପର୍କରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ସଂପର୍କରେ ମତ ଦେଇ ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି ଏହି ଅଭିଯୋଗର ଗୁରୁତ୍ୱ ଅନୁଭବ କରି ସେ ଜୋହରିଙ୍କୁ ଜବାବ ଦାଖଲ କରିବାକୁ ୭ଦିନ ସମୟ ଦେଇଛନ୍ତି। ଜୋହିରଙ୍କ ଜବାବ ମିଳିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଜୋହରିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ କିମ୍ବା ସେ ସିଓଏକୁ ଯୋଗାଯୋଗ କରୁନଥିବାରୁ ଅସୁବିଧା ସୃଷ୍ଟି ହେଉଥିବା ବିନୋଦ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories