www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟରେ ଚାଲିଛି ରିମୋଟ୍‌ କଣ୍ଟ୍ରୋଲ ସରକାର

ପାଟନା: ବିହାର ନିର୍ବାଚନକୁ ନେଇ ସ୍ଥିତି ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି। ବୁଧବାର ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସର ରାହୁଲ ଗାନ୍ଧୀ ମୁଜାଫରପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ନିଜ ଭାଷଣରେ ରାହୁଲ ବିହାରରେ ରିମୋଟ୍‌ କଣ୍ଟ୍ରୋଲ ସରକାର ଚାଲିଥିବା ଅଭିଯୋଗ କରିଛନ୍ତି। ନୀତୀଶଙ୍କ ନାମକୁ ବ୍ୟବହାର କରି ବିଜେପି ନିଜ ମର୍ଜିରେ ରାଜ୍ୟରେ ଶାସନ ଚଳାଉଥିବା ସେ କହିଛନ୍ତି।

ସେହିପରି କେନ୍ଦ୍ରରେ ଥିବା ବିଜେପି ସରକାର ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ରାହୁଲ ଦର୍ଶାଇଛନ୍ତି। ବିହାରବାସୀଙ୍କ ନିକଟରେ ପ୍ରତିଭାର ଅଭାବ ନ ଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ଭିତ୍ତିଭୂମି ମିଳିଲେ ଏହି ରାଜ୍ୟ ଅନେକ ପ୍ରଗତି କରିପାରିବ ବୋଲି ରାହୁଲ କହିଥିଲେ। ଏଥିସହ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ସଭାରେ ଭାଷଣ ଦେଇ ରାହୁଲ କହିଥିଲେ ଭୋଟ୍‌ ପାଇବାକୁ ମୋଦୀ ଯେକୌଣସି ସ୍ତରକୁ ଯାଇପାରିବେ। ଭୋଟ୍‌ ପାଇବାକୁ ଯଦି ମୋଦୀଙ୍କୁ ନାଚିବାକୁ କୁହାଯାଏ ତେବେ ସେ ନାଚିବେ। ଯମୁନା ନଦୀ କୂଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛଟ୍‌ ପର୍ବ ପାଳନ ସମ୍ପର୍କରେ ରାହୁଲ କହିଥିଲେ ସେଠାରେ ଯମୁନା ନଦୀର ଅସ୍ତିତ୍ବ ନାହିଁ। ତାହା ଏକ ପୋଖରୀରେ ପରିଣତ ହୋଇଯାଇଛି। ମୋଦୀ ସେହି ପୋଖରୀରେ ଗାଧୋଇବାକୁ ଯାଇଥିଲେ।

- Advertisement -

ଯମୁନା କିମ୍ବା ଛଟ୍‌ ପୂଜା ସହ ମୋଦୀଙ୍କ କୌଣସି ସମ୍ପର୍କ ନାହିଁ। ଭୋଟ୍‌ ପାଇବାକୁ ଏହା ତାଙ୍କର ଏକ ଚାଲ୍‌ ବୋଲି ରାହୁଲ କହିଛନ୍ତି। ଏଥିସହ ରାହୁଲ ବିଜେପି ଗଣତନ୍ତ୍ରକୁ ନଷ୍ଟ କରିବା ନିମନ୍ତେ ପ୍ରୟାସ ଜାରି ରଖିଥିବା ଅଭିଯୋଗ କରିଛନ୍ତି। ବିଜେପି ଭୋଟ୍‌ ଚୋରି କରୁଥିବା ସେ କହିଛନ୍ତି। ମହାରାଷ୍ଟ୍ର, ହରିୟାଣାରେ ବିଜେପି ଭୋଟ୍‌ ଚୋରି କରିଥିବା ବେଳେ ବିହାରରେ ଭୋଟ୍‌ ଚୋରି କରିବାକୁ ଚେଷ୍ଟା ଜାରି ରଖିଥିବା ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ନୀତିକୁ ରାହୁଲ ସମାଲୋଚନା କରିଥିଲେ। ବିମୁଦ୍ରାୟନ, ଜିଏସ୍‌ଟି ଆଦି ଯୋଗୁଁ ଦେଶରେ କ୍ଷୁଦ୍ର ବ୍ୟବସାୟ ନିଜ ଅସ୍ତିତ୍ବ ହରାଇବାକୁ ବସିଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ଭାରତୀୟମା​‌େ​‌ନ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ଚୀନ୍‌ରେ ପ୍ରସ୍ତୁତ ବୋଲି ରାହୁଲ କହିବା ସହ ଏହି ଧାରାରେ ପରିବର୍ତ୍ତନ ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ବିହାରର ଯୁବପିଢ଼ି ଯେପରି କର୍ମନିଯୁକ୍ତି ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମୋଦୀଙ୍କ ପ୍ରତି ରାହୁଲଙ୍କ ଆପେକ୍ଷକୁ ନେଇ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରି କହିଛନ୍ତି ରାହୁଲ ଜଣେ ସ୍ଥାନୀୟ ଗୁଣ୍ଡା ପରି କଥାବାର୍ତ୍ତା କରୁଛନ୍ତି। ନିଜ ଭାଷଣରେ ରାହୁଲ ଭୋଟର୍‌ଙ୍କୁ ତାଚ୍ଛଲ୍ୟ କରିବା ସହ ଗରିବଙ୍କୁ ଅପମାନିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଭୋଟର୍‌ଙ୍କ ସମର୍ଥନ ରହିଛି। ରାହୁଲଙ୍କ ଅରୁଚିକର ମନ୍ତବ୍ୟ ଗଣତନ୍ତ୍ର ପାଇଁ ଉପହାସ ବୋଲି ପ୍ରଦୀପ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଦର୍ଶାଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories