ଡୋକଲାମ ଯିବେ ରାହୁଲ ଗାନ୍ଧି!

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବଶୀଘ୍ର ଭାରତ-ଚୀନ ସୀମାରେ ପରିସ୍ଥିତି ଅନୁଧ୍ୟାନ କରିବାକୁ ଯିବେ । ସେ ବିବାଦୀୟ ସିକିମ ସୀମାନ୍ତ ଡୋକଲାମ ଅଞ୍ଚଳ ପରିଦର୍ଶନ କରିବେ ଓ ଏହାସହ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତି ଅଞ୍ଚଳ ବୁଲି ଦେଖିବେ । ପ୍ରକାଶ ଯେ ଡୋକଲାମରେ ୭୩ ଦିନ ଧରି ଭାରତ-ଚୀନ ସେନା ମୁହଁମୁହିଁ ଅବସ୍ଥାରେ ଥିଲେ ଓ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ପରେ କୂଟନୀତିଜ୍ଞସ୍ତରରେ ଆଲୋଚନା ଦ୍ୱାରା ଏହି ସୀମା ବିବାଦର ଅନ୍ତ ଘଟିଥିଲା । ସୂଚନା ଅନୁସାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ବିଦେଶୀ ବ୍ୟାପାର ସଂସଦୀୟ କିମିଟି ଆସନ୍ତା ମାସରେ ସିକିମ ଏବଂ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । ଏହି କମିଟିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । କମିଟି ସିକିମ ଏବଂ ଅରୁଣାଚଳ ସୀମାରେ ବାସ୍ତବିକ ସତ୍ୟତାକୁ ଅନୁଧ୍ୟାନ କରିବ । କମିଟି ସଦସ୍ୟ ଏହି ଗସ୍ତ ସମୟରେ ହେଲିକପ୍ଟରର ବ୍ୟବହାର କରିବେ ଏବଂ ସୀମାରେ ମୁତୟନ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

Leave A Reply