www.samajalive.in
Saturday, December 6, 2025
19.1 C
Bhubaneswar

ମଣିପୁର ହିଂସା ପୀଡ଼ିତଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତ କରିବା ପୂର୍ବକ ରିଲିଫ୍ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟିଛନ୍ତି। ରାହୁଲ ମଣିପୁରର ଜିରିବାମ ଓ ଚୁରାଚାନ୍ଦପୁରର ରିଲିଫ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି। ବିରୋଧୀ ଦଳ ନେତା ହେବା ପରେ ରାହୁଲଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ମଣିପୁର ଯିବା ପୂର୍ବର ରାହୁଲ ଗାନ୍ଧୀ ଆସାମର ବନ୍ୟା ପୀଡିତଙ୍କୁ​‌ ଭେଟିଥିଲେ। ପ୍ରବଳ ବର୍ଷା ଯୋଗୁଁ ଆସାମରେ କିଛି ଦିନ ହେଲା ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୩ ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୭୮ଜଣଙ୍କର ମୃତ୍ୟୁ ହେଲାଣି। ସେହିପରି ଗତବର୍ଷ ମେ ୩ ତାରିଖରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଥିବାବେଳେ ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ରାହୁଲ କୁମ୍ଭୀରଗ୍ରାମ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଆସାମ ବନ୍ୟା ପୀଡିତଙ୍କୁ ଭେଟିବାକୁ ଯାଇଥିଲେ। ବିମାନବନ୍ଦରରେ ରାହୁଲଙ୍କୁ ଆସାମ ପ୍ରଦେଶ କଂଗ୍ରେସ ସଭାପତି ଭୁପେନ ବୋରା ଓ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ। ପରେ ମଣିପୁର ରାଜ୍ୟ କଂଗ୍ରେସ ସଭାପତି କେଶମ ମେଘାଚନ୍ଦ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ଓ ଇବୋବି ସିଂହ ସହିତ ରାହୁଲ ମଣିପୁର ରିଲିଫ୍ ଶିବିରକୁ ପରିଦର୍ଶନରେ ଯାଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories