www.samajalive.in
Thursday, December 11, 2025
15.1 C
Bhubaneswar

ଜନ୍ମଦିନ ବିଶେଷ : ସବୁବେଳେ ଶାନ୍ତ ରହୁଥିବା ଦ୍ରାବିଡ଼ ବି ରାଗୁଥିଲେ

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ ଶନିବାର ୪୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ମସିହା ଜାନୁଆରୀ ୧୧ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ। ସେ ଅନେକ ଦିନ ପର୍ୟ୍ୟନ୍ତ ମଧ୍ୟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାର ଗ୍ରହଣ କରିଥିଲେ। ଆଜି ରାହୁଲଙ୍କ ଜନ୍ମ ଦିନ ଅବସରରେ ତଙ୍କ ସାଥି କ୍ରିକେଟରମାନଙ୍କ ଠାରୁ ଆରମ୍ଭ କରି ବିସିସିଆଇ, କ୍ରିକବର୍ଜ, ଆଇସିସି ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।


ରାହୁଲ ଶ୍ରେଷ୍ଠ ପାଞ୍ଚ ଜଣ ଉଇସଡେନ କ୍ରିକେଟିଅର ଅଫ ଦି ଇଅର ଭାବରେ ୨୦୦୦ ମସିହାରେ ସମ୍ମାନୀତ ହେବାସହ ୨୦୦୪ ମସିହାରେ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର ଓ ସେହି ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟର ହୋଇଥିଲେ। ସେ ଭାରତୀୟ କ୍ରିକେଟ ଦଳର ଦି ୱାଲ ଭାବେ ଖୁବ୍ ଜଣାଶୁଣା ଥିଲେ। ରାହୁଲ ଟେଷ୍ଟ ଖେଳରେ ସବୁଠାରୁ ଅଧିକ କ୍ୟାଚ ନେଇ ରେକର୍ଡ଼ ସୃଷ୍ଟି କରିଛନ୍ତି। ତାଙ୍କୁ ଆଉଟ କରିବା ବୋଲରମାନଙ୍କ ପାଇଁ କାଠିକର ପାଠ ଥିଲା। କିନ୍ତୁ କଣ ଆପଣ ଜାଣିଛନ୍ତି ସବୁବେଳେ ଶାନ୍ତ ସ୍ବଭାବରେ ନଜର ଆସୁଥିବା ରାହୁଲ ଦ୍ରାବିଡ଼ ମଧ୍ୟ ରାଗୁ ଥିଲେ। ସେ ସବୁ ସମୟରେ ଦଳକୁ ବିଜୟୀ କରିବାର ନପ୍ରୟାସ କରିଥାନ୍ତି। ଟିମ ହାରିବାକୁ ସେ ସହ୍ୟ କରିପାରୁନଥିଲେ। ଥରେ ଟିମ ହାରିଯିବାରୁ ରାହୁଲ ରାଗି ଯାଇ ବ୍ୟାଟ ଫୋପାଡ଼ି ଦେଇଥିବା ଜଣାପଡ଼ିଥିଲା।

- Advertisement -


ସୂଚନା ଅନୁସାରେ, ଏକଦା ୨୦୦୬ମସିହାରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲା। ସେହି ସମୟରେ ରାହୁଲ ଦ୍ରାବିଡ଼ ଦଳର ଅଧିନାୟକ ଭାର ସମ୍ଭାଳୁଥିଲେ। ଇଂଲଣ୍ଡ ବିପକ୍ଷ ତିନିଟିକିଆ ଟେଷ୍ଟ ସିରିଜର ଗୋଟିଏ ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଯାହା ଫଳରେ ଇଂଲଣ୍ଡ ସିରଜକୁ ୧-୧ରେ ବରାବର କରିଥିଲା। ଇଂଲଣ୍ଡକୁ ତା ନିଜ ଦେଶରେ ହରାଇପାରି ନଥିବାରୁ ରହୁଲ ରାଗିଯାଇ ଡ୍ରେସିଂ ରୁମ ଭିତରେ ଥିବା ଚୌକିକୁ ଫୋପଡା ଫିଙ୍ଗା କରିଥିଲେ।

କ୍ୟାରିଅର ତଥ୍ୟ
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ପ୍ରଥମଶ୍ରେଣୀ କ୍ରିକେଟ ଏଲଏ
ମ୍ୟାଚ ୧୬୪ ୩୪୪ ୨୯୮ ୪୪୯
ରନ ୧୩,୨୮୮ ୧୦,୮୮୯ ୨୩,୭୯୪ ୧୫,୨୭୧
ବ୍ୟାଟିଙ୍ଗ ହାର ୫୨.୩୧ ୩୯.୧୬ ୫୫.୩୩ ୪୨.୩୦
ଶତକ/ଅର୍ଦ୍ଧଶତକ ୩୬/୬୩ ୧୨/୮୩ ୬୮/୧୧୭ ୨୧/୧୧୨
ସବୁଠୁ ବେସି ସ୍କୋର ୨୭୦ ୧୫୩ ୨୭୦ ୧୫୩
ବୋଲିଂ କରିଥିବା ବଲ ୧୨୦ ୧୮୬ ୬୧୭ ୪୭୭
ଉଇକେଟ
ବୋଲିଂ ହାର ୩୯.୦୦ ୪୨.୫୦ ୫୪.୬୦ ୧୦୫.୨୫
ଇନିଙ୍ଗସରେ ୫ଟି ଉଇକେଟ 0 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 0
ସବୁଠୁ ଭଲ ବୋଲିଙ୍ଗ ୧/୧୮ ୨/୪୩ ୨/୧୬ ୨/୪୩
କ୍ୟାଚ/ଷ୍ଟମ୍ପ କରାଯାଇଥିବା ୨୧୦/୦ ୧୯୬/୧୪ ୩୫୩/୧ ୨୩୩/୧୭

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories