www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରାଚେଲ ହେନ୍‌ସ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପ ଅଧିନାୟିକା ରାଚେଲ ହେନ୍‌ସ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଗାମୀ ମହିଳା ବିଗ୍‌ବାସ ଲିଗ୍‌ ରାଚେଲଙ୍କ ଶେଷ ଘରୋଇ ସିଜିନ ହେବ। ୩୫ ବର୍ଷୀୟ ବାମହାତୀ ବ୍ୟାଟର ରାଚେଲ ୨୦୦୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ରାଚେଲ ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳର ମଧ୍ୟଭାଗରେ ପ୍ରମୁଖ ଖେଳାଳି ରହିଥିଲେ। ସେ ୮୪ଟି ଟ୍ବେଣ୍ଟି୨୦ ମ୍ୟାଚ, ୭୭ଟି ଦିନିକିଆ ଓ ୬ଟି ଟେଷ୍ଟ ମ୍ୟାଚ ଖେଳି ପାଖାପାଖି ୪୦୦୦ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ପଦାର୍ପଣରେ ହେନ୍‌ସ ୯୮ରନ କରିଥିଲେ। ସେହିପରି ଘରୋଇ କ୍ରିକେଟ ବିଗ୍‌ବାସ୍‌ ଲିଗରେ ନ୍ୟୁ ସାଉଥ ୱେଲ୍‌ସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆ ଜାତୀୟ ଟ୍ବେଣ୍ଟି୨୦ ଦଳର ଉପ ଅଧିନାୟିକା ନିଯୁକ୍ତ ହୋଇଥି​ଲେ। ୨୦୨୦ ଦିନିକିଆ ବିଶ୍ବକପ ଓ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟା ରହିଥିଲେ। ରାଚେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କହିଛନ୍ତି ଯେ, କ୍ଲବ, ରାଜ୍ୟ, କୋଚ, ପରିବାର ଓ ବନ୍ଧୁମାନଙ୍କଠାରୁ ବିଶେଷ ମୋର ସମର୍ଥନ ପାଇଛି। ବିଶେଷ ଭ​‌ାବେ ରାଚେଲ ମ​‌ା​‌ ଜେନି, ପିତା ଇଆନ ଓ ସାଥି ଲିଆଙ୍କୁ ଅଦମ୍ୟ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories