www.samajalive.in
Saturday, December 6, 2025
15.1 C
Bhubaneswar

ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଭାଇରାଲ, ୩ ନିଲମ୍ବିତ

ଭୁବନେଶ୍ୱର : କ୍ରମାଗତ ଭାବେ ଶନିବାର ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଗଣିତ ବିଷୟର ସବୁ ସେଟ(ଏ, ସି, ଡି) ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ କଳାହାଣ୍ଡି ସମେତ କଟକ ଜିଲ୍ଲାରେ ମଧ୍ୟ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଘୂରି ବୁଲୁଛୁ । ପ୍ରଶ୍ନପତ୍ର ସହ ଆଡ଼ମିଟକାର୍ଡ଼ ଫଟୋ ମଧ୍ୟ ଭାଇରାଲ ହୋଇଛି । ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ ସ୍ୱୀକାର କରିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି ।

ଶନିବାର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ୩ ଜଣ ଅଭିଯୁକ୍ତଙ୍କୁ ନିଲମ୍ବିତ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ରେଙ୍ଗାଲପାଲି ଗ୍ରାମର ପରମାନନ୍ଦ ଉଚ୍ଚ ବିଦ୍ୟାଳୟର  ସେଣ୍ଟର ସୁପରିଟେଣ୍ଡ ରବିନ୍ଦ୍ର ମୁଣ୍ଡ, ଉକ୍ତ ବିଦ୍ୟାଳୟର ଶିକ୍ଷକ ବ୍ରଜେନ୍ଦ୍ର ନାରାୟଣ ବେହେରା ଓ ପୁଷ୍ପାଞଳୀ ଦଳପତିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଚାକିରୀରୁ ନିଲମ୍ବିତ କରାଯାଇଛି। ସେହି ସ୍କୁଲର ପରୀକ୍ଷା ନିରୀକ୍ଷକ ଓ ରିଲିଭରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏହା ୩ ଜଣ ନାମରେ ଥାନାରେ ଏତଲା ଦିଆଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories