ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ନିକଟ କମଳାପୁରଠାରେ ରହିଥିବା ନାକା ଗେଟଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ପହଞ୍ଚି ସେଠାକାର ପରିସ୍ଥିତି, ପ୍ରବାସୀମାନଙ୍କ ପଞ୍ଜିକରଣ, ପାନୀୟ ଜଳର ସମସ୍ୟା ଆଦି ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଲୁହାଗୁଡ଼ି ଆଦିବାସୀ ହାଇ ସ୍କୁଲଠାରେ ରହିଥିବା ସଙ୍ଗରୋଧ ଗୃହ ପରିଦର୍ଶନ କରି ଶ୍ରୀ ପାତ୍ର ଭଲମନ୍ଦ ପଚାରି ବୁଝିଥିଲେ। ତାଙ୍କ ସହ ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ୟ୍ୟ, ପିଇଓ ମଧୁ ପାଲାକି, ଲୁହାଗୁଡ଼ି ସରପଞ୍ଚ ଲକ୍ଷ୍ମୀ ଶବର, ସମିତି ସଭ୍ୟ ଭଗବାନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories


