www.samajalive.in
Friday, December 5, 2025
27.1 C
Bhubaneswar

୨୦୧୮ ଫ୍ରେଞ୍ଚ୍‍ ଓପନ୍‍ର ଭାରତୀୟ ପ୍ରତିଯୋଗୀ ପିଭି ସିନ୍ଧୁଙ୍କ ଜୀବନର କିଛି କଥା

ଆଜି ଅର୍ଥାତ୍‍ ମଙ୍ଗଳଠାରୁ ପ୍ୟାରିସରେ ଆରମ୍ଭ ହେଲା ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼ମିଣ୍ଟନ୍‍ ପ୍ରତିଯୋଗିତା। ଏଥିରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବ୍ୟାଡ଼ମିଣ୍ଟନ୍‍ କ୍ରୀଡ଼ାବିତ୍‍ ମାନେ ଭାଗ ନେଉଥିବା ବେଳେ ଭାରତରୁ ମଧ୍ୟ କିଛି ପ୍ରବୀଣ ଓ ସୁନାମଧନ୍ୟ କ୍ରୀଡ଼ାବିତ୍‍ ଭାଗ ନେଇଛନ୍ତି। ସେମାନଙ୍କ ସେମାନଙ୍କ ମଧ୍ୟରୁ ପିଭି ସିନ୍ଧୁ ହେଉଛନ୍ତି ଜଣେ। ତେବେ ଚାଲନ୍ତୁ ଜାଣିବା ସିନ୍ଧୁଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା –

ପ୍ରବୀଣ ବ୍ୟାଡମିଣ୍ଟନ୍‍ କ୍ରୀଡ଼ାବିତ୍‍ ପିଭି ସିନ୍ଧୁ ତଥା ପୁସର୍‍ଲା ଭେଙ୍କଟ ସିନ୍ଧୁ ୧୯୯୫ ମସିହାରେ ଆନ୍ଧ୍ରପ୍ରଦେଶଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଭଲିବଲ୍‍ କ୍ରୀଡ଼ାବିତ୍‍ ପି.ଭି. ରମଣ ଓ ମାଆ ହେଉଛନ୍ତି ପି. ବିଜୟା। ଜଣେ ଯୁବ ପ୍ରତିଭା ବା ଚମତ୍କାର ବ୍ୟାଡ଼ମିଣ୍ଟନ୍‍ କ୍ରୀଡ଼ାବିତ୍‍ ଭାବେ ସିନ୍ଧୁ ସାରା ବିଶ୍ୱରେ ସୁପରିଚିତ।

- Advertisement -

ସିନ୍ଧୁଙ୍କ ବିଷୟରେ କିଛି ଅଜଣା ସତ୍ୟ :

ସିନ୍ଧୁ ତାଙ୍କ ପ୍ରଶିକ୍ଷଶ ପ୍ରକ୍ରିୟାରେ କେତେ ତତ୍ପର ଓ କେତେ କଠିନ ପରିଶ୍ରମ କରନ୍ତି, ସେ ବିଷୟରେ ହୁଏତ ତାଙ୍କର ଖୁବ୍‍ କମ୍‍ ପ୍ରଶଂସକଙ୍କୁ ଜଣାଥିବ। ୨୩ ବର୍ଷିୟା ସିନ୍ଧୁ ପ୍ରତ୍ୟେକଦିନ ଭୋର ୪.୧୫ ସମୟରେ ତାଙ୍କ ପ୍ରଶିକ୍ଷକଙ୍କ ସହ କଠିନ ଅଭ୍ୟାସ କରନ୍ତି। ସେ ବହୁ ପୁରସ୍କାର ଓ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଯେପରିକି, ୨୦୧୪ ଏନ୍‍ଡିଟିଭି ଇଣ୍ଡିଆନ୍‍ ଅଫ୍‍ ଦ ଇୟର, ସେହି ବର୍ଷ ପୁଣି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୨୦୧୪ ଉବର୍‍ କପ୍‍ ରେ ମଧ୍ୟ ସେ ବ୍ରୋଞ୍ଜ୍‍ ପଦକ ହାସଲ କରି ଦେଶ ପାଇଁ କ୍ଷାତି ଅର୍ଜନ କରିଥିଲେ। ୨୦୧୩ରେ ଚାଇନା ଦ୍ୱାରା ଆୟୋଜିତ ହୋଇଥିବା ବିଡବ୍ଲ୍ୟୁଏଫ୍‍ ବିଶ୍ୱ ସ୍ତରୀୟ ଚମ୍ପିୟାନସିପ୍‍ ମହିଳା ସିଙ୍ଗଲ୍ସରେ ସେ ବ୍ରୋଞ୍ଜ୍‍ ପଦକ ହାସଲ କରିଥିଲେ।

ଏହା ବ୍ୟତୀତ ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ୍‍ ଚମ୍ପିୟାନସିପ୍‍ରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ଗୋଟିଏ ପରେ ଗୋଟିଏ କରି ଦୁଇଟି ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୨୦୧୫ ମସିହାରେ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ। ସେହିପରି ୨୦୧୬ରେ ସେ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହିପରି ଆହୁରି ଅନେକ ପୁରସ୍କାର ଓ ଉପାଧି ହାସଲ କରି ଦେଶ ପାଇଁ ସେ ଗୌରବ ଆଣିଛନ୍ତି। ସିନ୍ଧୁଙ୍କ କ୍ରୀଡ଼ା ପ୍ରତି ଥିବା ସମର୍ପଣ ଭାବ ଓ ପ୍ରତିଶ୍ରୁତିକୁ ସମର୍ଥନ ଓ ପ୍ରଶଂସା କରି ପ୍ରଶିକ୍ଷକ ଗୋପୀଚାନ୍ଦ କହିଥିଲେ, “ସିନ୍ଧୁଙ୍କ କ୍ରୀଡ଼ା କୌଶଳରେ ସବୁଠାରୁ ଆକର୍ଷଣୀୟ ହେଉଛି ତାଙ୍କ ଦୃଷ୍ଟିଭଙ୍ଗି ଓ ସଂଘର୍ଷମୟ ମନୋବୃତ୍ତି”। ଯାହାକି ସିନ୍ଧୁଙ୍କ ପାଇଁ ଖୁବ୍‍ ପ୍ରୋତ୍ସାହନକାରୀ ଓ ଖୁସି ପ୍ରଦାୟକ ଉକ୍ତି ଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories