www.samajalive.in
Saturday, December 6, 2025
26.1 C
Bhubaneswar

ହରିଣ ରକ୍ତରେ ସ୍ନାନ କରନ୍ତି ପୁଟିନ୍‌ ?

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରୁଷ୍‌ର ଆକ୍ରମଣରେ ୟୁକ୍ରେନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପ୍ରାୟ ଦେଢ ମାସ ହେବ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି, କିନ୍ତୁ କେହି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ତେବେ ଏହି ଯୁଦ୍ଧ ମଧ୍ୟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଟିନ୍‌ଙ୍କ ଜୀବନଶୈଳୀ ବିଷୟରେ ବିଭିନ୍ନ ଦାବି କରାଯାଉଛି। ଏବେ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି, ଯାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ପୁଟିନ୍‌ ଜଣେ ଶକ୍ତିଶାଳୀ ନେତା ଭାବେ ପରିଚିତ। ଏହାବ୍ୟତୀତ ସେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ତାଙ୍କ ଜୀବନଶୈଳୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ବିଳାସପୂର୍ଣ୍ଣ  ଜୀବନଯାପନ କରୁଥିବା ପୁଟିନଙ୍କ ସ୍ନାନ କରିବାର ଉପାୟ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଭ୍ଲାଦିମିର ପୁଟିନ ହରିଣ ରକ୍ତରେ ସ୍ନାନ କରନ୍ତି।

ଏହି ଗଣମାଧ୍ୟମ ରିପୋର୍ଟ ମୁତାବକ, ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ହରିଣ ଶିଙ୍ଗର ରକ୍ତରେ ସ୍ନାନ କରନ୍ତି। ଏହାବ୍ୟତୀତ ସେ ଅନେକ ଥର କର୍କଟ ବିଶେଷଜ୍ଞଙ୍କୁ ଭେଟିଛନ୍ତି ବୋଲି କୁହାଯାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ, ରାଷ୍ଟ୍ରପତି ପୁଟିନ ହରିଣ ଶିଙ୍ଗରୁ ବାହାର କରାଯାଉଥିବା ଅର୍କରେ ସ୍ନାନ କରନ୍ତି। କୁହାଯାଏ ଯେ, ଏହି ସ୍ନାନ ଦ୍ବାରା ପୁଟିନଙ୍କ ଶାରୀରିକ ଶକ୍ତି ବଢିଥାଏ। ରିପୋର୍ଟ ଅନୁଯାୟୀ, ପୁଟିନ ଯେଉଁଆଡେ ଯାଆନ୍ତି, ଜଣେ କର୍କଟ ବିଶେଷଜ୍ଞ ମଧ୍ୟ ତାଙ୍କ ସହ ଯାଇଥାନ୍ତି। ଏହି ରିପୋର୍ଟ ଆସିବା ପରେ ପୁଟିନଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି।

- Advertisement -

ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ପୁଟିନ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ରହୁଛନ୍ତି। ବର୍ତ୍ତମାନ ପୁଟିନ ଯେଉଁଆଡ଼େ ଗଲେ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲର ଡାକ୍ତରଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି। ପୁଟିନଙ୍କ ଡାକ୍ତରୀ ଦଳରେ କର୍କଟ ବିଶେଷଜ୍ଞ ଏଭଗେନୀ ସେଲିଭାନୋଭ ମଧ୍ୟ ଅଛନ୍ତି। ସେଲିଭାନୋଭ ପୁଟିନଙ୍କ ସହ ୩୫ ଥର ଯାତ୍ରା କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ପୁଟିନ୍‌ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ପୁଟିନ୍‌ ସ୍ନାନ କରିବା ବେଳେ ହରିଣ ଶିଙ୍ଗର ରକ୍ତ ବ୍ୟବହାର କରିବା ପରେ ରୁଷ୍‌ରେ ହରିଣ ଶିଙ୍ଗ ସ୍ନାନ ବୃଦ୍ଧି ପାଇଛି। ବିଶ୍ବାସ ରହିଛି ଯେ, ହରିଣ ଶିଙ୍ଗର ରକ୍ତ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହ ଚର୍ମକୁ ପୁନଃ ଜୀବିତ କରିଥାଏ। ପୁଟିନଙ୍କ ବ୍ୟତୀତ ରୁଷର ଅନେକ ଧନୀ ବ୍ୟକ୍ତି ଏପରି ସ୍ନାନ କରନ୍ତି ବୋଲି କୁହାଯାଉଛି।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories