www.samajalive.in
Friday, December 5, 2025
26.1 C
Bhubaneswar

ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁଟିନଙ୍କ ଟାର୍ଗେଟ, ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ ପକ୍ଷରୁ ରୁଷ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ଦ୍ଵାରା ଆକ୍ରମଣ କରାଯିବା ପରଠାରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣକୁ ଅଧିକ ତୀବ୍ରତର କରିଛନ୍ତି। ୟୁକ୍ରେନ ଉପରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ନାଟୋ ଦେଶର ଟ୍ରେନ ଯୋଗେ ଏଟିଏସିଏମଏସ କ୍ଷେପଣାସ୍ତ୍ରକୁ ୟୁକ୍ରେନ ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବାବେଳେ ତାହାକୁ ଭଣ୍ଡୁର କରିଛି ରୁଷ। ସିଧାସଳଖ ଏହି ଟ୍ରେନ ଉପରେ ଆକ୍ରମଣ କରିଛନ୍ତି ପୁଟିନ। ରୁଷ ଏହାର କ୍ଷେପଣାସ୍ତ୍ର ଦ୍ଵାରା ଏସିଏସିଏମଏସ ଦୂରଗାମୀ କ୍ଷେପଣାସ୍ତ୍ର ପରିବହନ କରାଯାଉଥିବା ନାଟୋ ଦେଶର ଟ୍ରେନକୁ ଉଡ଼ାଇ ଦେଇଛି। ଟ୍ରେନ​‌ରେ କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ସହିତ ୟୁକ୍ରେନ ଆକାଶ ଧୂଆଁମୟ ହୋଇଯାଇଥିଲା।

ଆମେରିକା ପକ୍ଷରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ପଶ୍ଚିମ ଦେଶଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ରୁଷ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ ଅନୁମତି ଦେଇଥିଲେ। ଏହାପରେ ୟୁକ୍ରେନ ପକ୍ଷରୁ ଏଟିଏସିଏମଏସ ଦ୍ଵାରା ରୁଷ ଉପରେ ଆକ୍ରମଣ ଜାରି ରହିଛି। ଏହି କ୍ଷେପଣାସ୍ତ୍ର ରୁଷ ଆଭ୍ୟନ୍ତରୀଣ ଇଲାକାକୁ ଟାର୍ଗେଟ କରୁଛି। ତେଣୁ ରୁଷ ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ୟୁକ୍ରେନକୁ ଯୋଗାଣ କରାଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବାଟରେ ଧ୍ବଂସ କରିଦେବାକୁ ଯୋଜନା ଚଳାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories