www.samajalive.in
Sunday, December 7, 2025
14.1 C
Bhubaneswar

ଜୁହାର ପରିବାର ପକ୍ଷରୁ ମହାସମାରୋହରେ ପୁଷପୁନୀ ପର୍ବ ପାଳିତ

ସମ୍ବଲପୁର: ପ୍ରବାସୀ ଓଡିଆ ମାନଙ୍କ ସଙ୍ଗଠନ ଜୁହାର ପରିବାର, ନୁଆଦିଲ୍ଲୀ ପକ୍ଷରୁ ପୁଷପୁନୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ନୁଆଦିଲ୍ଲୀ ସ୍ଥିତ ଆଇଏନଏ ଗ୍ରୃହ କଲ୍ୟାଣ କେନ୍ଦ୍ର ଠାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବରେ ସଶସ୍ତ୍ର ସୀମା ବଳର ଇନିସପେକ୍ଟର ଜେନେରାଲ (ମେଡିକାଲ) ଡା. ଏଚ ମହାନ୍ତି, ଗ୍ୟାସ ଅଥରିଟୀ ଅଫ ଇଣ୍ଡିଆ (ଗେଲ୍) ର ଚିଫ ଜେନେରାଲ ମ୍ୟାନେଜର ସନ୍ତୋଷ ରାୟ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାଗବତ ପ୍ରସାଦ ନନ୍ଦ, ବରିଷ୍ଠ ଥିଏଟର କଳାକାର ବ୍ରଜମୋହନ ମିଶ୍ର, ବିଶିଷ୍ଟ ପୋଷଣବିତ ବସନ୍ତ କର ଓ ବରିଷ୍ଠ ସାମ୍ବାଦିକ ଡ. ଭବାନୀ ଦିକ୍ଷୀତ ଯୋଗ ଦେଇଥିଲେ। ପୁଷପୁନୀ ଉତ୍ସବ ଭାଇଚାରା ସହିତ ସାମାଜିକ ଏକତାର ପ୍ରତୀକ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତି ଥିଲେ। ଏହି ଅବସରରେ ପାରମ୍ପରିକ ଖେଳ, ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ଆଦି ଆୟୋଜିତ ହୋଇଥିଲା। ପଶ୍ଚିମ ଓଡିଶାର ପାରମ୍ପରିକ ଖାଦ୍ୟ ପିଆଜୀ, ବିରିବରା, ସିଂଘଡା, ଚନା ଚାଟ ସମେତ ଅନ୍ୟାନ୍ୟ ବ୍ୟଞ୍ଜନ ଗୁଡିକ ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଥିଲା। ଏହି ପାରମ୍ପରିକ ଉତ୍ସବରେ ନୁଆଦିଲ୍ଲୀ ସମେତ ଆଖପାଖ ଅଞ୍ଚଳ ଗୁରୁଗ୍ରାମ, ଗାଜିଆବାଦ, ନୋଏଡା ଆଦି ବିଭିନ୍ନ ସ୍ଥାନରେ ବସବାସ କରୁଥିବା ୫୦୦ ରୁ ଉର୍ଦ୍ଧ ବ୍ୟକ୍ତି ପରିବାର ସହିତ ସାମିଲ ହୋଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories