www.samajalive.in
Saturday, December 6, 2025
23.1 C
Bhubaneswar

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜି କାର୍ତ୍ତିକ ମାସର ଶେଷ ଦିନ। ଏହା ସହ ଆଜି ହବିଷ୍ୟାଳିଙ୍କ ବ୍ରତ ମଧ୍ୟ ଶେଷ ହେଉଛି। ଅନେକ ହବିଷ୍ୟାଳି ପୁରୀରେ ମାସ ଯାକ ରହି ବ୍ରତ ପାଳନ କରୁଥିଲେ। ଆଜି ବ୍ରତ ସାରି ଘରକୁ ଫେରିବେ। କାର୍ତ୍ତିକ ପୂର୍ଣ୍ଣିମାରେ ଆଜି ଭକ୍ତଙ୍କୁ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବାର ସୁଯୋଗ ମିଳିଛି।
ଠିକ ସମୟରେ ରୀତିନୀତି ସଂପନ୍ନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଳମ୍ବିତ ରାତିରୁ ଦ୍ୱାରଫିଟା ହୋଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୁରୀ ଜିଲା ପୁଲିସ ପକ୍ଷରୁ ବ୍ୟାରିକେଡ଼କୁ ସମ୍ପ୍ରସାରିତ କରାଯିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ଏକମୁଖୀ ପ୍ରବେଶ ପଥ କରାଯାଇଛି।
ଲୋକେ ସିଂହଦ୍ୱାରରୁ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ, ୫ଶହ ହୋମଗାର୍ଡ଼, ୧୦୦ ଜଣ ଅଫିସରଙ୍କ ସମେତ ୧୧ ଜଣ ଅତିରିକ୍ତ ଏସପି ଦାୟିତ୍ୱରେ ଅଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories