www.samajalive.in
Sunday, December 14, 2025
14.1 C
Bhubaneswar

ଦେଶର ଏଭଳି ସ୍ଥାନ, ଯେଉଁଠି ମଧ୍ୟରାତ୍ରିରେ ହୁଏ ତ୍ରିରଙ୍ଗା ଉତ୍ତୋଳନ

ପାଟନା : ୱାଘା ସୀମା ପରେ କେବଳ ବିହାରର ପୁର୍ଣ୍ଣିଆରେ ସ୍ୱାଧୀନତା ଦିବସରେ ମଧ୍ୟ ରାତ୍ରିରେ ତ୍ରିରଙ୍ଗା ପତାକା ଉତ୍ତୋଳଜନ କରାଯାଇଥାଏ। ୧୯୪୭ରେ ଦେଶର ସ୍ୱାଧୀନତା ପରଠାରୁ ପ୍ରତିବର୍ଷ ପୁର୍ଣ୍ଣିଆର ଭଟ୍ଟା ବଜାରସ୍ଥିତ ଝଣ୍ଡା ଚୌକରେ ରାତି ୧୨ଟା ୦୧ ମିନିଟ୍‍ରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁର୍ଣ୍ଣିଆର ସାମାଜିକ କର୍ମୀ ବିପୁଳ ସିଂହ ଝଣ୍ଡା ଚୌକରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କେତେକ ଜନପ୍ରତିନିଧି, ସାମାଜିକ କର୍ମକର୍ତ୍ତା ଏବଂ ସଦର ବିଧାୟକ ବିଜୟ ଖେମକା ଉପସ୍ଥିତ ଥିଲେ। ବିପୁଳ ସିଂହଙ୍କ କହିବା ଅନୁସାରେ ୧୯୪୭ ଅଗଷ୍ଟ ୧୪-୧୫ ରାତି ୧୨ଟା ୦୧ରେ ରେଡିଓରେ ଭାରତ ସ୍ୱାଧୀନତା ଘୋଷଣା କରାଯାଇଥିଲା। ସେହି ସମୟରେ ପୁର୍ଣ୍ଣିଆର ସ୍ୱାଧୀନତା ସଂଗ୍ରାମୀ ଏବଂ ତାଙ୍କ କକା ରାମେଶ୍ୱର ପ୍ରସାଦ ସିଂହ, ରମରତ ସାହ ଏବଂ ସାମସୁଲ ହକ୍‍ ମଧ୍ୟରାତ୍ରିରେ ଭଟ୍ଟା ବଜାରରେ ତ୍ରିରଙ୍ଗା ଉଡ଼ାଇଥିଲେ। ସେବେଠାରୁ ଏହା ଏକ ପରମ୍ପରା ହୋଇଛି ଓ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ସେଠାରେ ରାତି ୧୨ଟା ୦୧ରେ ତ୍ରିରଙ୍ଗା ଉଡ଼ାଯାଉଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories