www.samajalive.in
Friday, December 12, 2025
27.1 C
Bhubaneswar

ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ଘଟଣାର ଅନୁଧ୍ୟାନ କରିଛନ୍ତି। ସେଠାରେ ଉଭୟ ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣା ନେଇ ଅନୁଧ୍ୟାନ କରିଛନ୍ତି।

ଶ୍ରୀମନ୍ଦିର ଅନୁଧ୍ୟାନ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ରାତିରେ ଲୁଚି ରହି କେହି ଜଣେ ଏଭଳି କରିଛି। ରୋଷ ଘର ଅଗଣାକୁ ଯାଇ ସ୍ଥିତିର ଅନୁଧ୍ୟାନ କଲୁ। ଘଟଣା ସମ୍ପର୍କରେ ଜେଟିପି କର୍ମଚାରୀଙ୍କୁ ପଚରାଉଚରା ଚାଲିଛି। ସିସିଟିଭିରୁ କିଛିଟା ସୁରାକ ମିଳିଛି। ରାତିରେ କେହି ଜଣେ ସେଠାରେ ଲୁଚିକି ରହି ଏଭଳି କରିଛି। ଯାହା ଜଣାପଡୁଛି ଭାଙ୍ଗିବା ଭିତରେ କିଛି ନିର୍ଦ୍ଧିଷ୍ଟ ଉଦେଶ୍ୟ ନାହିଁ। ସୁଆର-ମହାସୁଆର ସେବାୟତଙ୍କ ଭିତରେ କିଛି ବିବାଦ ନାହିଁ। ଆଗକୁ ଯେମିତି ଏଭଳି ନ ଘଟିବ ସେଥିପାଇଁ ବ୍ୟବସ୍ଥା କରାଯିବ। ସୁରକ୍ଷା କଡ଼ା ପାଇଁ ଜେଟିପି ସହ ସରକାରୀ ପୁଲିସ କର୍ମଚାରୀ ବି ରହିବେ। ଯେଉଁଠି ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ। ସିସିଟିଭି ଦ୍ବାରା ସବୁ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇ ସେସବୁକୁ ତଦାରଖ କରାଯିବ ବୋଲି ମୁଖ୍ୟଶାସନ ସଚିବ ପ୍ରକାଶ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories