www.samajalive.in
Friday, December 12, 2025
23.1 C
Bhubaneswar

ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ପୁରୀ ପୌରାଞ୍ଚଳ ବାସୀ

ଏଣିକି ପୁରୀ ପୌରାଞ୍ଚଳ ବାସୀ ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ। ତେବେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅଥବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ଆଧାର କାର୍ଡ ଦେଖାଇ ପ୍ରବେଶ କରିପାରିବେ। ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି। ଏପଟେ ଦୀର୍ଘଦିନ ପରେ ଆଜି ଶ୍ରୀଜୀଉଙ୍କ ବନକଲାଗି ଅନୁଷ୍ଠିତ ହେଉଥିବାରୁ ଅପରାହ୍ନରୁ ସାଧାରଣ ଦର୍ଶନ ବନ୍ଦ ରହିଛି।

ପୁରୀ ପୌରାଞ୍ଚଳ ବାସୀ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବା ସହ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ। ଏଥିପାଇଁ କୋଭିଡ ଡବଲ ଡୋଜ ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ କିଓସ୍କୋର‌ ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀବାସୀଙ୍କ ପାଇଁ ଚାରି ଦ୍ଵାରରେ ପ୍ରବେଶ ନେଇ ଦାବି ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ଆରମ୍ଭ କରିଛନ୍ତି। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଉଛି। ତେବେ ଏହା ଏକ ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବ। ଏଥିପାଇଁ ଆଜି ଅପରାହ୍ନ ୪ଟା ରୁ ରାତ୍ର ପ୍ରାୟ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶାରଦୀୟ ଦୁର୍ଗାଉତ୍ସବ ପାଇଁ ଶ୍ରୀମନ୍ଦିରରେ ଦୁର୍ଗମାଧବ ଉପାସନା ଚାଲିଥିବାରୁ ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories