www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରୀ ବିଜ୍ଞାପନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନଲାଇନରେ ମହାପ୍ରସାଦ ବିକ୍ରୀ ନେଇ ପୂର୍ବରୁ ଅନେକ ଥର ବିବାଦ ସୃଷ୍ଟି ହୋଇଥିବା ବେଳେ ପୁଣି ଥରେ ଅନଲାଇନରେ ମହାପ୍ରସାଦ ବିକ୍ରୀ ବିଜ୍ଞାପନ ଯୋଗୁ ଶ୍ରୀ ଜଗନ୍ନାଥ ମନ୍ଦିର ସେବକ ଓ ଭକ୍ତ ବିରୋଧ କରିଛନ୍ତି। ସନାତନ ସିଦ୍ଧି ଡଟ କମ୍ ଏଭଳି ବିଜ୍ଞାପନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଇଛି। ଏହାକୁ ତେବେ ଶ୍ରୀ ମନ୍ଦିର ପରିବର୍ତ୍ତେ ଅନ୍ୟ ଏକ ମନ୍ଦିରର ଅନ୍ନ ବ୍ୟଞ୍ଜନ ମହାପ୍ରସାଦ କହି ବିକ୍ରୀ କରାଯାଉଥିବା ଜଣାପଡିଛି। ସମ୍ପୃକ୍ତ ୱେବସାଇଟ sanatansiddhi.comରେ ଅନଲାଇନ ଜରିଆରେ ମହାପ୍ରସାଦ ମୂଲ୍ୟ ୨୧୦୦ ଟଙ୍କା ଦର୍ଶାଯାଇଥିବା ବେଳେ ରିହାତି ଦର ୫୦୧ ଟଙ୍କାରେ ଉପଲବଧ ହେବ ବୋଲି କୁହାଯାଇଛି। ସମ୍ପୃକ୍ତ ୱେବସାଇଟରେ ମଧ୍ୟ ଏକ ହ୍ଵାଟ୍ସଆପ ନମ୍ବର ୯୩୧୦୭୪୧୫୭୮ ଦିଆଯାଇଛି। ଏହା ଦିଲ୍ଲୀର ଏକ ସଂସ୍ଥା ହୋଇଥିବା ଅନୁମାନ କରାଯାଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories