www.samajalive.in
Saturday, December 6, 2025
14.1 C
Bhubaneswar

ପୁରୀକୁ ସମ୍ପୂର୍ଣ୍ଣ ଭାବେ ସିକ୍ୟୁରିଟି ବ୍ଲାଙ୍କେଟ୍‌‌ ଭିତରେ ରଖାଯିବ – ଡିଜିପି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଡିଜିପି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ଏନେଇ ସୋମବାର ସୂଚନା ମିଳିଛି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ଆଇଜି କେନ୍ଦ୍ରାଞ୍ଚଳ ଓ ଏସପି ଏହାର ତଦାରଖ କରିବେ। ପୁରୀକୁ ସମ୍ପୂର୍ଣ୍ଣ ଭାବେ ସିକ୍ୟୁରିଟି ବ୍ଲାଙ୍କେଟ୍‌‌ ଭିତରେ ରଖାଯିବ।୧୭ ତାରିଖରେ ଲୋକାର୍ପଣରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଟ୍ରାଫିକ, ଭିଆଇପି ଓ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ। ୧୦୦ ସୁପରଭାଇଜର, ୨୫୦ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ। ବୋମା ନିଷ୍କ୍ରିୟକାରୀ ଟିମ୍‌‌, କେନାଇନ୍‌‌ ସ୍କ୍ୱାଡ୍‌‌ ମୁତୟନ ରହିବେ। ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଡିଜିପି କହିଛନ୍ତି।
ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସହରର ତିନୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୪୪ ପ୍ଲାଟୁନ୍ ପୁଲିସ ଫୋର୍ସ , ସିସି ଟିଭି ସର୍ଭେଲାନ୍ସ ପୁରା ସହର ଉପରେ ନଜର ରହିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories