www.samajalive.in
Saturday, December 6, 2025
16.1 C
Bhubaneswar

ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର; ଆସନ୍ତାକାଲିଠୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ବୈଠକ

ପୁରୀ: ସାଧାରଣଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲାଯିବ। ଶ୍ରଦ୍ଧାଳୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ରାଜ୍ୟ ସରକାର ମନ୍ଦିର ଖୋଲାଯିବା ନେଇ ସବୁଜ ସଙ୍କେତ ଦେଲା ପରେ ପୁରୀ ମନ୍ଦିର ପ୍ରଶାସନ ଚଳଚଞ୍ଚଳ ହୋଇଛି। ସାଧାରଣଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ନେଇ ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଅନୁଷ୍ଠିତ ହେବ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। ମତାମତ ସଂଗ୍ରହ ସହ ବିଚାର ବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ। ବିଭିନ୍ନ ନିଯୋଗ ଓ ବରିଷ୍ଠ ସେବାୟତଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ। ଅାସନ୍ତାକାଲି ଏବଂ ଅକ୍ଟୋବର ୧୨ରୁ ୧୬ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ହେବ। କୋଭିଡ୍‌ ନିୟମଅନୁସାରେ ଭିଡିଓ କନ୍‌ଫରେନ୍‌ସିଂରେ ବୈଠକ ଅନୁଷ୍ଠିତ ହେବ।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ସାଧାରଣ ଭକ୍ତ ମାନଙ୍କ ପାଇଁ ଖୋଲାଯିବ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦେଶ ପାଇବା ପରେ ଆସନ୍ତାକାଲିଠାରୁ ମତାମତ ସଂଗ୍ରହ ଏବଂ ବିଚାର ବିମର୍ଶ ଆରମ୍ଭ କରିବ ଶ୍ରୀମନ୍ଦିର ପ୍ରସଶନ। ନିଜେ ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ସେବାୟତମାନଙ୍କ ସହିତ ପର୍ଯ୍ୟାୟକ୍ରମେ ବିଚାର ବିମର୍ଶ କରିବେ । ଆସନ୍ତା କାଲି ତା ୯.୧୦.୨୦ ଏବଂ ପରେ ତା ୧୨.୧୦.୨୦ ରୁ ତା୧୬.୧୦.୨୦ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ଏବଂ ମତାମତ ସଂଗ୍ରହ କରିବେ ମୁଖ୍ୟ ପ୍ରଶାସକ । କୋଭିଡ -୧୯ କଟକଣା ଦୃଷ୍ଟିରୁ ଭିଡ଼ିଓ କନଫରେନ୍ସିଂଗ ଜରିଆରେ ଏହି ବୈଠକ ଅନୁଷ୍ଟିତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories