ପୁରୀ : ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଶନିବାର ଏଏସଆଇକୁ ନିର୍ଦ୍ଦେଶଙ୍କୁ ଚିଠି ଲେଖିଛନ୍ତି । ରଥଯାତ୍ରା ସମୟରେ ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ କାମ ତ୍ୱରାନ୍ୱିତ ସହ ଶେଷ କରନ୍ତୁ । ରତ୍ୱଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନିଅନ୍ତୁ । ରଥଯାତ୍ରା ବେଳେ ଗର୍ଭଗୃହ, ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟ ତଦାରଖ ହେଉ । ଉପନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀ ଅଧିକାରୀଙ୍କ ଦ୍ୱାରା ତଦାରଖ ହେଉ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଜୁନ୍ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା
ଏହାସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ଶେଷ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ପରିଚାଳନା ନେଇ ମଧ୍ୟ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତାପତି, ସମସ୍ତ ବାଡଗ୍ରାହୀ ଓ ନିଯୋଗର ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।



