ଦୁର୍ନୀତି ରୋକିବାକୁ ଶପଥ ନେଲେ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ
ପୁରୀ: ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଦୁର୍ନୀତି ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦୁର୍ନୀତି ରୋକିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇ ଶପଥ ପାଠ କରାଇଛନ୍ତି ଅତିରିକ୍ତ ଜିଲାପାଳ(ପ୍ରଶାସନ) ଶରତ କୁମାର ବେହେରା। ଉପଜିଲାପାଳ ଗୋପୀନାଥ କୁଅଁରଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Comments are closed.