www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି

ଡେସ୍କ: ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର କରିଛି ପୁରୀ ପୁଲିସ୍‌। ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ବ୍ରିଜ ନିକଟ ସାଗରସ୍ନାନ ମେଳଣ ପଡ଼ିଆରେ ଗୁରୁବାର ପୁଲିସର ଗୁଳି ମାଡ଼ରେ କାଳୁ ଆହତ ହୋଇଛି। କାଳୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। କାଳୁ ଭୋଳ ନାଁରେ ପୁରୀ ଜିଲାର ବିଭିନ୍ନ ଥାନାରେ ମୋଟ୍‌ ୧୮ଟି ମାମଲା ରହିଛି।

ସତ୍ୟବାଦୀ ପୁଲିସ ସୂତ୍ରରୁ ଜଣାପଡିଛି, ଅପରାଧୀ କାଳୁ ଭୋଳ ସୁଆଣ୍ଡୋ ବ୍ରିଜ୍ ନିକଟରେ ସାଗରସ୍ନାନ ମେଳଣ ପଡ଼ିଆରେ ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଏକ ନିର୍ଭରଯୋଗ୍ୟ ଖବର ପାଇଥିଲେ। ଆଇଆଇସି ବିଜୟ କେତନ ବେହେରା ସଦଳବଳେ ସାଗରସ୍ନାନ ମେଳଣ ପଡ଼ିଆରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି କାଳୁ ଖସିଯିବା ନିମନ୍ତେ ଉଦ୍ୟମ କରି ପୁଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ପୁଲିସର ଅତି ନିକଟରେ ଖସି ଯାଇଥିଲା। ଏହାପରେ ସତ୍ୟବାଦୀ ଥାନା ଆଇଆଇସି ଏନକାଉଣ୍ଟର କରିଥିଲେ। ଗୁଳିଟି କାଳୁର ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ କାଳୁ ଘଟଣା ସ୍ଥଳରେ ପଡ଼ିଯାଇଥିଲା। ସତ୍ୟବାଦୀ ପୁଲିସ ତାକୁ ଉଦ୍ଧାର କରି ଚିକିତ୍ସା ପଇେଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories