www.samajalive.in
Wednesday, December 10, 2025
18.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି

ଡେସ୍କ: ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର କରିଛି ପୁରୀ ପୁଲିସ୍‌। ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ବ୍ରିଜ ନିକଟ ସାଗରସ୍ନାନ ମେଳଣ ପଡ଼ିଆରେ ଗୁରୁବାର ପୁଲିସର ଗୁଳି ମାଡ଼ରେ କାଳୁ ଆହତ ହୋଇଛି। କାଳୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। କାଳୁ ଭୋଳ ନାଁରେ ପୁରୀ ଜିଲାର ବିଭିନ୍ନ ଥାନାରେ ମୋଟ୍‌ ୧୮ଟି ମାମଲା ରହିଛି।

ସତ୍ୟବାଦୀ ପୁଲିସ ସୂତ୍ରରୁ ଜଣାପଡିଛି, ଅପରାଧୀ କାଳୁ ଭୋଳ ସୁଆଣ୍ଡୋ ବ୍ରିଜ୍ ନିକଟରେ ସାଗରସ୍ନାନ ମେଳଣ ପଡ଼ିଆରେ ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଏକ ନିର୍ଭରଯୋଗ୍ୟ ଖବର ପାଇଥିଲେ। ଆଇଆଇସି ବିଜୟ କେତନ ବେହେରା ସଦଳବଳେ ସାଗରସ୍ନାନ ମେଳଣ ପଡ଼ିଆରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି କାଳୁ ଖସିଯିବା ନିମନ୍ତେ ଉଦ୍ୟମ କରି ପୁଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ପୁଲିସର ଅତି ନିକଟରେ ଖସି ଯାଇଥିଲା। ଏହାପରେ ସତ୍ୟବାଦୀ ଥାନା ଆଇଆଇସି ଏନକାଉଣ୍ଟର କରିଥିଲେ। ଗୁଳିଟି କାଳୁର ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ କାଳୁ ଘଟଣା ସ୍ଥଳରେ ପଡ଼ିଯାଇଥିଲା। ସତ୍ୟବାଦୀ ପୁଲିସ ତାକୁ ଉଦ୍ଧାର କରି ଚିକିତ୍ସା ପଇେଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories