ସମୁଦ୍ରରେ ବୁଡି ଯାଉଥିବା ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ : ପୁରୀ ସମୁଦ୍ରରେ ବୁଡି ଯାଉଥିବା ୫ ଜଣ ପର୍ଯ୍ୟଟକଙ୍କୁ ଶନିବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୫ ଜଣ ପର୍ଯ୍ୟଟକ ଗୋଟିଏ ପରିବାରର ବୋଲି ଜଣାପଡିଛି। ପର୍ଯ୍ୟଟକଙ୍କ ମଧ୍ୟରେ ୩ ଜଣ ମହିଳା,ଜଣେ ନାବାଳକ ସମେତ ୫ ଜଣ ଥିଲେ। ଅଗ୍ନିଶମ ଉଦ୍ଧାରକାରୀ ଟିମ୍‌‌ ସଭିଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସମୁଦ୍ରରେ ଗାଧୋଉଥିବା ବେଳେ ସ୍ରୋତରେ ସମସ୍ତେ ଭାସି ଯାଇଥିଲେ। ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣାରୁ ପୁରୀ ବୁଲିବାକୁ ଏହି ପରିବାର ଆସିଥିଲେ ବୋଲି ସୂଚନା ମିଳିଛି।

Comments are closed.