www.samajalive.in
Saturday, December 6, 2025
23.1 C
Bhubaneswar

ପୁରୀ ବାଣ ବିସ୍ଫୋରଣ ମାମଲା ; ମୃତ୍ୟୁ ସଂଖ୍ୟା ୧୪

ପୁରୀ : ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ବିଭିନ୍ନ ହସ୍ପିଟାଲରେ ୧୩ ଜଣ ଚିକିତ୍ସିତ ରହିଛନ୍ତି। ଆଜି ଅତିରିକ୍ତ ଏସଆରସିଙ୍କ ଦ୍ୱାରା ପୁରୀ ସର୍କିଟ ହାଉସରେ ହେବ ତଦନ୍ତ। ଅପରାହ୍ଣ ୩ଟାରୁ ୭ଟା ମଧ୍ୟରେ ଜନତାଙ୍କ ଠାରୁ ମତଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ପରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌‌ କମିଶନର ପଦ୍ମନାଭ ବେହେରା ପୁରୀ ଜିଲାପାଳଙ୍କୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ, ଜୁନ ୫ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୁରୀ ସ୍ୱତନ୍ତ୍ର ସର୍କିଟ୍‌‌ ହାଉସ୍‌‌ରେ ଏହି ଘଟଣାର ତଦନ୍ତ କରାଯିବ। ଏଥିରେ ମନ୍ଦିର ପ୍ରଶାସନ, ପୁଲିସ୍‌‌ ଅଧିକ୍ଷକ, ପୁରୀ ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ଘଟଣା ସହ ଜଡିତ ଲୋକଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଅବଗତ କରାଯାଇଛି।

ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..


ସୂଚନା ଯୋଗ୍ୟ, ନରେନ୍ଦ୍ର ପୁଷ୍କରିଣୀରେ ଗତ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ପ୍ରଥମେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

- Advertisement -

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories