www.samajalive.in
Saturday, December 6, 2025
23.1 C
Bhubaneswar

ବୁଧବାର ବନକଲାଗି ; ନଚେତ୍‌‌ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ : ଆଜି ବୁଧବାର ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୨୦୧୮ର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ। ମାତ୍ର ସେବାୟତ ଗୁରୁବାର ଏହି ନୀତି କରିବା ପାଇଁ ଜିଦ୍‌‌ରେ ଅଟଳ ରହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେବାୟତ ମାନିବା କଥା। ନମାନିଲେ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହେଉଛି । ଚଳିତବର୍ଷ ରଥଯାତ୍ରା ପରେ ନିର୍ଦ୍ଧାରିତ ବୁଧବାର ଜୁଲାଇ ୧୨ତାରିଖରେ ବନକଲାଗି ନକରିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୧୮ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍ୟ ଉପସ୍ଥିତ ଥିଲେ । ବୁଧବାର ବନକଲାଗି ପାଇଁ ଉପଯୁକ୍ତ ଦିନ ବୋଲି ବୈଠକରେ ନିର୍ଦ୍ଧାରଣ ହୋଇଥିଲା। ମାତ୍ର ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories