ଦେଓଗାଁ : ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଥିବା ବିଜୟା ନନ୍ଦ ଚିନି କଳକୁ ପୁନଃ ଚାଲୁକରି ଏକ ସୂତାକଳ ପ୍ରତିଷ୍ଠା କରିବା ଦାବୀ ନେଇ ମଙ୍ଗଳବାର ସକାଳ ୧୦ସମୟ ରୁ ଦେଓଗାଁ ପଞ୍ଚାୟତ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରି ଆନ୍ଦୋଳନ କରିଛି ବ୍ଳକ କଂଗ୍ରେସ କମିଟି। କଂଗ୍ରେସ କର୍ମୀଙ୍କ ରାସ୍ତା ରୋକ ଯୋଗୁଁ ମାଲ ବୋଝେଇ ଟ୍ରକ ଗୁଡିକ ଲାଇନ ହୋଇ ରାସ୍ତା ଉପରେ ଛିଡ଼ା ହୋଇଥିଲା। ଦୁଇ ଘଣ୍ଟା ଧରି ରାସ୍ତା ରୋକ ହେବା ପରେ ଦେଓଗାଁ ତହସିଲଦାର ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବୀ ପତ୍ର ଗ୍ରହଣ କରିଥିଲେ। କଂଗ୍ରେସ ଦଲର ଆନ୍ଦୋଳନରେ ଦେଓଗାଁ ଚିନି କଳ କର୍ମଚାରୀ ସଂଘ ,ଭିଲେଜର ଇଣ୍ଡିଆ ପାର୍ଟି ସାମିଲ ହୋଇ କାରଖାନାକୁ ଚାଲୁ କରିବା ପାଇଁ ଦାବୀ ପତ୍ର ଦେଇଥିବା ଜଣାପଡିଛି। ଶାନ୍ତି ଶୃଙ୍ଖଳା ପାଇଁ ଦେଓଗାଁ ଥାନା ଅଧିକାରୀ ତାରାବତୀ ପ୍ରଧାନ ପୁଲିସ ଟିମ ସହ ଉପସ୍ଥିତ ରହି ନଜର ରଖିଥିଲେ। ଦୁଇ ଘଣ୍ଟାର ରାସ୍ତା ରୋକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।
Popular Categories



