www.samajalive.in
Sunday, December 7, 2025
26.1 C
Bhubaneswar

ସାହସିକତା, ସଂକଳ୍ପ ଓ ବଳିଦାନର ଦିବସ ; କାର୍‍ଗିଲ ବିଜୟ ଦିବସ

୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାକିସ୍ତାନ ସେନାକୁ ପରାସ୍ତ କରି କାର୍‍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା। ତେଣୁ ପ୍ରତ୍ୟେକ ବର୍ଷ ୨୬ ଜୁଲାଇକୁ ‘କାର୍‍ଗିଲ ବିଜୟ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ଭାରତୀୟ ସେନାର ବୀରତ୍ୱର ଗାଥାକୁ ଉଜ୍ଜୀବିତ କରିଥାଏ। ଏହି ଯୁଦ୍ଧ ପାକିସ୍ତାନ ଆରମ୍ଭ କରିଥିଲା। ୩ ମେ’ ୧୯୯୯ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧର ଅନ୍ତ ପ୍ରାୟ ୩ ମାସ ପରେ ୨୬ ଜୁଲାଇ ୧୯୯୯ରେ ଭାରତର ବିଜୟ ସହ ହୋଇଥିଲା। ଏହି ଯୁଦ୍ଧ ଏବଂ ଭାରତୀୟ ସେନାର ବୀରତ୍ୱର ଗାଥା ଓ ବଳିଦାନକୁ ପ୍ରତ୍ୟେକ ଭାରତବାସୀ ଗର୍ବର ସହ ପ୍ରତି ବର୍ଷ ମନେ ପକାଇଥାଆନ୍ତି।
୨୬ ଜୁଲାଇକୁ ସାରା ଭାରତ ବର୍ଷରେ କାର୍‍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। କାର୍‍ଗିଲ ବିଜୟର କିଛି ଗୁରୁତ୍ୱପୂର୍ଣ୍ଣ କଥା –
ପ୍ରାୟ ୧୮ ହଜାର ଫୁଟ୍‍ ଉଚ୍ଚତା ଉପରେ କାରଗିଲରେ ଯୁଦ୍ଧ ସେତେବେଳେ ହେଲା, ଯେତେବେଳେ ଜଣେ ଗାଈ ଜଗୁଆଳ ୩ ମେ’ ୧୯୯୯ରେ ଭାରତୀୟ ସେନାକୁ ପାକ୍‍ର କାର୍‍ଗିଲ କବ୍‍ଜା ବିଷୟରେ ସୂଚନା ଦେଲା।
କାର୍‍ଗିଲର ଉଚ୍ଚ ପାହାଡ଼ ଉପରେ ପାକିସ୍ତାନର ପ୍ରାୟ ୫୦୦୦ ସୈନିକ ପ୍ରବେଶ କରି କବ୍‍ଜା କରି ନେଇଥିଲେ।
କାର୍‍ଗିଲ ଯୁଦ୍ଧରେ ଭାରତର ୫୨୭ରୁ ଅଧିକ ଯବାନ ଶହୀଦ ହୋଇଥିବା ବେଳେ ୧୩୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।
କାର୍‍ଗିଲ ଯୁଦ୍ଧ ସମୟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଗୁଳି ଚାଳନା କରାଯାଇଥିଲା। ସେହିପରି ୫୦୦୦ ବୋମା ବିସ୍ଫୋରଣ ପାଇଁ ୩୦୦ରୁ ଅଧିକ ମୋର୍ଟାର୍‍, ତୋପ ଓ ରକେଟ୍‍ର ବ୍ୟବହାର କରାଯାଇଥିଲା।
ପାକ୍‍ ସେନାର ଶେଷ ଶିବିର ନଷ୍ଟ କରିବା ପାଇଁ ୨୬ ମେ’ ୧୯୯୯ରେ ଭାରତୀୟ ବାୟୁସେନାକୁ ଆଦେଶ ଦିଆ ଯାଇଥିଲା।
କାର୍‍ଗିଲ ଯୁଦ୍ଧକୁ ନେଇ ୨୦୦୩ରେ ‘ଏଲ୍‍ଓସି କାର୍‍ଗିଲ’ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା।
କାର୍‍ଗିଲ ଯୁଦ୍ଧ ସମୟରେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।
କାର୍‍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବା ପାଇଁ ଭାରତୀୟ ସେନା ‘ଅପରେଶନ ବିଜୟ’ ନାମକ ଏକ ଅଭିଯାନ ଚଳାଇଥିଲେ। ୧୧ ଘଣ୍ଟାର ଯୁଦ୍ଧ ପରେ ଭାରତୀୟ ବାୟୁସେନା ୨୬ ଜୁଲାଇ ୧୯୯୯ରେ କାର୍‍ଗିଲ ଅଞ୍ଚଳକୁ ପାକିସ୍ତାନଠାରୁ ମୁକ୍ତ କରିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories