www.samajalive.in
Saturday, December 13, 2025
14.1 C
Bhubaneswar

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚନ୍ଦ୍ରଗ୍ରହଣ ନୀତି ନିଷ୍ପତ୍ତି

ପୁରୀ: ଆଗାମୀ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ସେଦିନ ୨ଟା .୩୮ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ତେଣୁ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ, ଅନ୍ନଭୋଜନ ନିଷେଧ ଏବଂ ଦେବନୀତି ବନ୍ଦ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି। ପୂର୍ବରୁ ପ୍ରସ୍ତୁତ ନୀତିନିର୍ଘଣ୍ଟକୁ ନେଇ ବିବାଦ ଦେଖା ଦେବାରୁ ମଙ୍ଗଳବାର ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସବୁ ସେବକ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାତି ୧୨ଟା ୧୦ରେ ଶ୍ରୀମନ୍ଦିର ଦ୍ବାର ଫିଟାଯିବ। ଭିତରଶୋଧ ପରେ ୧୨ଟା ୩୦ରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ରାତି ୨ଟା ୩୦ରେ ଦାରୁବ୍ରହ୍ମଙ୍କୁ ରାଜରାଜେଶ୍ବର (ସୁନା) ବେଶ କରାଯିବ। ଏହାପରେ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଏବଂ ବନ୍ଦାପନା କରାଯିବ। ସକାଳ ୫ଟା ୫୦ସୁଦ୍ଧା ଭୋଗମଣ୍ଡପ ନୀତି ଶେଷ ପାଇଁ ବୈଠକରେ ସହମତି ହୋଇଛି।

- Advertisement -

ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ସେବାପୂଜା ସମ୍ପନ୍ନ କରିବାକୁ ପାଳିଆ ସେବକଙ୍କୁ ଅନୁରୋଧ କରାଯାଇଛି। ଏଥିପାଇଁ ଅଧିକ ସେବକଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ସ୍ବତନ୍ତ୍ର ପ୍ରାପ୍ୟ ପ୍ରଦାନ କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କୁ ​ଗ୍ରହଣ ମହାସ୍ନାନ ଏବଂ ଗ୍ରହଣ ଭୋଗ କରାଯିବ। ପ୍ରଶାସକ (ନୀତି) ଜିତେନ୍ଦ୍ର ସାହୁ, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଦୁର୍ଗା ପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ଜଗନ୍ନାଥ କର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ସକାଳ ୫ଟା ୫୪ରୁ…

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories