www.samajalive.in
Saturday, December 13, 2025
21.1 C
Bhubaneswar

ପୁଲିସ କ୍ବାର୍ଟର୍ସରେ ନାବାଳିକା ବଳାତ୍କାର ଘଟଣା : ୨୦ଦିନରେ ଅଭିଯୋଗ ଫର୍ଦ ଦାଖଲ

ପୁରୀ : ପୁଲିସ କ୍ବାର୍ଟର୍ସ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା​​‌ରେ ‌କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଛି କୁମ୍ଭାରପଡା ଥାନା ପୁଲିସ। ୨୦ଦିନ ମଧ୍ୟରେ ଅଭିଯୋଗର ତଦନ୍ତ ଶେଷ ହୋଇଛି। ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀଙ୍କ ସମେତ ସିଆରପିଏଫ୍‌ ଯବାନ ବୁଲୁ ବାରିକ, ରାଜେଶ କୁମାର ସେଠୀ, ରାମଚନ୍ଦ୍ର ପ୍ରଧାନ, ସାମ୍ବାଦିକ ରଣଜିତ ପରିଡା ଏବଂ ତାଙ୍କ ପତ୍ନୀ ସୌମ୍ୟା ସେଫାଳି ପରିଡାଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି।
ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (୩), ୩୭୬- ଡିଏ, ୩୯୪, ୩୬୩ ଏବଂ ପୋକ୍‌ସୋ ଆଇନର ଦଫା ୬ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨ତାରିଖ ଦିନ ଅସ୍ତରଙ୍ଗ ଅଞ୍ଚଳର ଜଣେ ନାବାଳିକା ଘରକୁ ଫେରିବା ପାଇଁ ନିମାପଡା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଜିତେନ୍ଦ୍ର ତାଙ୍କୁ ପୁଲିସ କର୍ମଚାରୀ ବୋଲି ପରିଚୟ ଦେଇ ଘରେ ଛାଡି ଦେବାକୁ କହି ଏକ କାର୍‌ ଯୋଗେ ପୁରୀ ନେଇ ଆସିଥିବା ଅଭିଯୋଗ ହୋଇଛି। ଝାଡେଶ୍ବରୀ କ୍ଲବ ନିକଟସ୍ଥ ପୁଲିସ କ୍ବାର୍ଟର୍ସ ଭିତରେ ଜିତେନ୍ଦ୍ରଙ୍କ ସମେତ ଅନ୍ୟଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟ ୨ଜଣ କବାଟ ବନ୍ଦକରି ଜଗି ରହିଥିବା ନାବାଳିକା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ବିଚାର ବିଭାଗୀୟ ଜେଲ୍‌ ହାଜତରେ ରହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories