www.samajalive.in
Saturday, December 13, 2025
21.1 C
Bhubaneswar

ହର୍ଷବର୍ଦ୍ଧନ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ : ବରିଷ୍ଠ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି (ଏସିସି) ହର୍ଷବର୍ଦ୍ଧନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ହର୍ଷବର୍ଦ୍ଧନଙ୍କ ନିଯୁକ୍ତି ସମ୍ପର୍କରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସୋମବାର ନିର୍ଦେଶନାମା ଜାରି କରିଛି। ସମ୍ପ୍ରତି ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ହର୍ଷବର୍ଦ୍ଧନ ଜାନୁଆରୀ ୨୯ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନର ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ଦୁଇ ବର୍ଷୀୟା କାର୍ଯ୍ୟକାଳ ଜାନୁଆରୀ ୨୮ରେ ଶେଷ ହେବ। ସେ ୧୯୮୪ ବ୍ୟାଚ ସିଭିଲ୍ ସର୍ଭିସ ପରୀକ୍ଷାରେ ପ୍ରଥମସ୍ଥାନ ହାସଲ କରିଥିଲେ। ବୈଦେଶିକ ସେବାରେ ୩୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ହର୍ଷବର୍ଦ୍ଧନ ବାଂଲାଦେଶ, ଥାଇଲାଣ୍ଡ ଓ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଆମେରିକା, ଭିଏତନାମ, ଇସ୍ରାଏଲ ଓ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରିଥିଲେ। ୧୯୮୧ ବ୍ୟାଚ ଅଫିସର ଗୋଖଲେଙ୍କୁ ୨୦୧୮ ଜାନୁଆରୀରେ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଏସ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବା ପରେ ଗୋଖଲେଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା। ତେବେ ତିନିଜଣ ବରିଷ୍ଠ ଆଇଏଫଏସ୍‌ ଅଫିସର ରୁଚି ଘନଶ୍ୟାମ (୧୯୮୨), ରାଜୀବ ଚନ୍ଦର (୧୯୮୩) ଓ ଅମିତା ନାୟର (୧୯୮୩) ବ୍ୟାଚର ଅଫିସରଙ୍କ ପଛରେ ପକାଇ ସରକାର ହର୍ଷବର୍ଦ୍ଧନଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories