ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା କାରାଗାରରେ କଏଦୀଙ୍କ ଆତ୍ମହତ୍ୟା । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ କଏଦୀ ଜଣଙ୍କ ହେଲେ ବୁଲୁ ବେହେରା । ସେ ଜୁଲାଇରୁ ଜେଲରେ ରହି ଆସିଥିଲେ । ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବୁଲୁ । ଜେଲ ଭିତରେ କିଭଳି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଲେ ତାହାର ତଦନ୍ତ ଆରମ୍ଭ ହୋଇଛି ।



